Koimoi
ମୁମ୍ବାଇ: ଟେଲି ଅଭିନେତା ରାକେଶ ବାପଟଙ୍କ ସହ ସବୁ ସଂପର୍କ ଭାଙ୍ଗିବା ପରେ ଏବେ ଅଭିନେତା ଆମୀର ଅଲୀଙ୍କୁ ଡେଟ କରୁଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ସମିତା ସେଟ୍ଟୀ ଏବଂ ରାକେଶ ବାପଟଙ୍କ ମଧ୍ୟରେ ବିଗ୍ ବସ୍ ଓଟିଟିରୁ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ପରସ୍ପରପ୍ରତି କିଭଳି ଭଲପାଇବା ଆରମ୍ଭ ହୋଇଥିଲା ତାହା ଦର୍ଶକ ଦେଖିଥିଲେ। ବିଗ୍ ବସ୍-୧୪ରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଥିବା ଭଲପାଇବାର ଝଲକ ଦେଖିବାକୁ ମିିଳିଥିଲା। ଏହି ରିୟାଲିିଟି ସୋ’ ପରେ ଦୁହିଁଙ୍କ ଯୋଡ଼ି ଲୋକପ୍ରିୟ ହୋଇଥିବା ବେଳେ ଗତବର୍ଷ ଜୁନରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ।
ରାକେଶଙ୍କ ପରେ ଏବେ ସମିତା ଆମୀରଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି। ଦୁହିଁଙ୍କୁ ଅନେକ ଥର ସାଙ୍ଗରେ ଦେଖିବାକୁ ମିଳିଥିବା ବେଳେ ଆମୀର, ସମିତାଙ୍କ ଆଗାମୀ ଫିଲ୍ମ 'ଦ ଟେନାଣ୍ଟ'ର ସ୍କ୍ରିନିଙ୍ଗରେ ନଜର ଆସିଥିଲେ। ଏହାକୁ ଦେଖି ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର ଧରିଥିଲା।
indiaତେବେ ଏଭଳି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଆମୀର କହିଛନ୍ତି, ମୋ ମା’ ମୋତେ ସବୁବେଳେ ଭଦ୍ର ବ୍ୟବହାର କରିବା ଶିଖାଇଛନ୍ତି। ଯଦି କେହି ଘରକୁ ଆସନ୍ତି, ମୁଁ ସାଧାରଣତଃ ସେମାନଙ୍କୁ ଘର ବାହାର ପର୍ଯ୍ୟନ୍ତ ଛାଡ଼ିବାକୁ ଯାଏ। ମୋର ଜଣେ ବନ୍ଧୁଙ୍କୁ ମୁଁ ତାଙ୍କ କାର ପାଖକୁ ଛାଡ଼ିବାକୁ ଯାଇଥିଲ। ହେଲେ ଲୋକେ ଏହାକୁ ଅଲଗା ରୂପ ଦେଇଦେଲେ। ଆମେ ଦୁହେଁ କେବଳ ଘନିଷ୍ଠ ବନ୍ଧୁ। ଆମ ଭିତରେ ପ୍ରେମ ସମ୍ପର୍କ ନାହିଁ।
Follow Us