ଅମୀର୍‌ ଖାନ୍‌ ‘ମୁଗଲ୍‌’ରୁ ଓହରିବାପରେ ଏହି ପଦକ୍ଷେପ ନେଲେ ଏକତା କପୁର

Advertisment
ଅମୀର୍‌ ଖାନ୍‌ ‘ମୁଗଲ୍‌’ରୁ ଓହରିବାପରେ  ଏହି ପଦକ୍ଷେପ ନେଲେ ଏକତା କପୁର

ମୁମ୍ବାଇ:ବଲିଉଡର ମିଷ୍ଟର ପରଫେକସନିଷ୍ଟ ଅମୀର୍‌ ଖାନ୍‌ ମ୍ୟୁଜିକ୍ କଂପାନି ଟି ସିରିଜ୍ର ପ୍ରତିଷ୍ଠାତା ଗୁଲଶନ୍ କୁମାରଙ୍କ ଉପରେ ଆଧାରିତ ଏକ ସିନେମା ‘ମୁଗଲ୍’ରେ ଗୁଲଶନ୍ କୁମାରଙ୍କ ଭୂମିକା ନିଭାଇବେ। । ଏହାର ପ୍ରଯୋଜନା କରୁଛନ୍ତି ଅମୀର୍ ଖାନ୍। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ ଏହି ସିନେମାରେ ଅକ୍ଷୟ କୁମାର ଅଭିନୟ କରିବେ ହେଲେ ପରେ ଜଣାଯାଇଥିଲା ଯେ ନିଜେ ଅମୀର୍ ହିଁ ମ୍ୟୁଜିକ୍ କଂପାନି ଟି ସିରିଜ୍ର ପ୍ରତିଷ୍ଠାତା ଗୁଲଶନ୍ କୁମାରଙ୍କ ଭୂମିକା ନିଭାଇବେ।ହେଲେ ଏବେ ଖବର ମିଳିଛି ଯେ ଅମୀର୍‌ ଏହି ସିନେମାରେ କାମ କରିବେ ନାହିଁ। ସେ ଚାହୁଁ ନାହାନ୍ତି କି ଜଣେ ଅସଦାଚରଣ ଅଭିଯୁକ୍ତ ନିର୍ଦ୍ଦେଶକଙ୍କ ସହ କାମ କରିବେ ନାହିଁ । ଏହି ନର୍ଦ୍ଦେଶକଜଣକ ହେଲେ ସୁଭାଷ କପୁର।

publive-image

ସୁଭାଷ କପୁରଙ୍କ ନାଆଁରେ ଏଭଳି ଅଭିଯୋଗ ଆସିବାପରେ ଏହି ସିନେମାରୁ ଓହରି ଯାଇଛନ୍ତି ଅମୀର ଖାନ୍‌। ଗୀତିକା ତ୍ୟାଗୀ ନାମ୍ନୀ ଜଣେ ଅଭିନେତ୍ରୀ ସୁଭାଷ କପୁରଙ୍କ ନାଆଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏବେ ପ୍ରଖ୍ୟାତ ନିର୍ମାତ୍ର ଏକତା କପୁର ବି ତାଙ୍କର ଓ୍ଵବ୍‌ ସିରିଜ୍‌ ରୁ ଆଉଟ୍‌ କରିଛନ୍ତି ନର୍ଦ୍ଦେଶକ ସୁଭାଷ କପୁରଙ୍କୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe