ତୁର୍କୀ‌ରେ ଆମିର୍‌

Advertisment
ତୁର୍କୀ‌ରେ ଆମିର୍‌

India Today

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍‌ସନିଷ୍ଟ୍‌ ଆମିର ଖ‌ାନ୍‌ ନିଜ ଚଳଚ୍ଚିତ୍ର ‘ଲାଲ୍‌ ସିଂହ ଚଡ୍ଡା’ କାମରେ ବ୍ୟସ୍ତ ଅଛନ୍ତି। ଚଳଚ୍ଚିତ୍ରଟି ଆସନ୍ତା ଡିସେମ୍ବରରେ ମୁକ୍ତିଲାଭ କରିବାର ଯୋଜନା ରହିଥିବା ବେଳେ ଏହାର ଅଧିକାଂଶ ସୁଟିଂ ଏବେ ସୁଦ୍ଧା ‌ଶେଷ ହୋଇନାହିଁ। କରୋନା ମହାମାରୀ ଯୋଗୁଁ ଭାରତରେ ସୁଟିଂ ସମ୍ଭବ ହେଉ ନଥିବାରୁ ଆମିର ନିଜ ଟିମ୍‌ ସହ ତୁର୍କୀରେ ପହଞ୍ଚିଛନ୍ତି। ଚଳଚ୍ଚିତ୍ରର ବାକି ରହିଯାଇଥିବା ସୁଟିଂ ତୁର୍କୀରେ ହିଁ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ତୁର୍କୀ ସରକାର ମଧ୍ୟ ସହଯୋଗ କରିଛନ୍ତି।

publive-image WION

‘ଲାଲ୍ ସିଂହ ଚଡ୍ଡା’ ଚଳଚ୍ଚିତ୍ରଟି ରବର୍ଟ ଜେମେକିସ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ୧୯୯୪ର କମେଡି-ଡ୍ରାମା ଚଳଚ୍ଚିତ୍ର ‘ଫରେଷ୍ଟ ଗମ୍ପ’ର ଆଧିକାରିକ ହିନ୍ଦୀ ରିମେକ୍‌। କରୋନା ମହାମାରୀ ପୂର୍ବରୁ ଆମିର କୋଲକାତା ଓ ଚଣ୍ଡୀଗଡ଼ରେ ଏହି ଚଳଚ୍ଚିତ୍ରର ସୁଟିଂ କରୁଥିବା ନଜର ଆସିଥିଲେ। ପ୍ରକାଶଥାଉ କି, ଅକ୍ଷୟ କୁମାର ମଧ୍ୟ ନିଜ ଚଳଚ୍ଚିତ୍ର ‘ବେଲ୍ ବଟମ’ର ସୁଟିଂ ପାଇଁ ୟୁକେ ଯାଇଛନ୍ତି। ସାଙ୍ଗରେ ପତ୍ନୀ ଟ୍ୱିଙ୍କଲ୍‌ ଓ ଝିଅ ନିତାରା ମଧ୍ୟ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe