୧୫ ବର୍ଷର ବୈବାହିକ ଜୀବନ ପରେ ବିବାହ-ବିଚ୍ଛେଦ ଘୋଷଣା କଲେ ଆମିର୍‌ ଖାଁ ଓ କିରଣ ରାଓ

Advertisment
୧୫ ବର୍ଷର ବୈବାହିକ ଜୀବନ ପରେ ବିବାହ-ବିଚ୍ଛେଦ ଘୋଷଣା କଲେ ଆମିର୍‌ ଖାଁ ଓ କିରଣ ରାଓ

ମୁମ୍ବାଇ: ୧୫ ବର୍ଷର ବୈବାହିକ ଜୀବନ ବିତାଇବା ପରେ ବିବାହ-ବିଚ୍ଛେଦ ଘୋଷଣା କରିବା ଲାଗି ଆଜି ଆମିର୍‌ ଖାଁ ଏବଂ କିରଣ ରାଓ ଏକ ମିଳିତ ବିବୃତି ଜାରି କରିଛନ୍ତି। ସେ ବିବୃତିରେ ଉଲ୍ଲେଖ ଅଛି, ଏଇ ସୁନ୍ଦର ୧୫ ବର୍ଷରେ ଆମେ ସାରା ଜୀବନର ଅଙ୍ଗେନିଭା ଅନୁଭୂତି, ଆନନ୍ଦ ଓ ହର୍ଷ ଆଦାନପ୍ରଦାନ କଲୁ। ଆମର ସମ୍ପର୍କ ବିଶ୍ବାସ, ସମ୍ମାନ ଏବଂ ସ୍ନେହରେ ପରିପୁଷ୍ଟ ହୋଇଥିଲା। ଏଥର ଆମେ ନୂଆ କରି ଆମର ବାକି ଜୀବନ ଆରମ୍ଭ କରିବୁ। ପତି-ପତ୍ନୀ ଭାବେ ନୁହେଁ, ସେ ଜୀବନ ସନ୍ତାନସନ୍ତତି ଲାଳନପାଳନ ପାଇଁ ସହଯୋଗୀ-ପିତାମାତା ଏବଂ ପରସ୍ପରର ପରିବାର ଭଳି।

publive-image Image Courtesy of India Today

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ବେଶ୍‌ କିଛି ଦିନ ଆଗରୁ ଆମେ ବିଚ୍ଛେଦ ଯୋଜନା ଆରମ୍ଭ କରିଥିଲୁ। ଏବେ ସେ ବ୍ୟବସ୍ଥାକୁ ଔପଚାରିକ କରିବା ଲାଗି ଆମେ ସହଜ ମଣୁଛୁ। ପୃଥକ୍ ବାସ କରି ସୁଦ୍ଧା ସମ୍ପ୍ରସାରିତ ପରିବାର ଭଳି ଆମେ ଜୀବନର ହର୍ଷବିଷାଦ ବାଣ୍ଟକୁଣ୍ଟ କରିବୁ। ଆମ ପୁତ୍ର ଆଜାଦକୁ ଏକତ୍ର ଲାଳନପାଳନ କରିବା ଲାଗି ଆମେ

publive-image Image Courtesy of Zee News

ସମର୍ପିତ ପିତାମାତା ହୋଇ ରହିବୁ। ଚଳଚ୍ଚିତ୍ର, ‘ପାନି ଫାଉଣ୍ଡେସନ୍‌’ ଏବଂ ଆମର ବିଶେଷ ଆଗ୍ରହ ଥିବା ଅନ୍ୟାନ୍ୟ ପ୍ରକଳ୍ପରେ ପରସ୍ପରର ସହଯୋଗୀ ଭାବେ କାର୍ଯ୍ୟଧାରା ବଜାୟ ରଖିବୁ। ନିରନ୍ତର ସାହାଯ୍ୟ ସହାନୁଭୂତି ଓ ଆମ ସମ୍ପର୍କର ଏଭଳି ବୁଝାମଣାକୁ ହୃଦୟଙ୍ଗମ କରିଥିବାରୁ ଆମ ପରିବାର ଓ ବନ୍ଧୁବାନ୍ଧବଙ୍କୁ ଅନେକ ଅନେକ ଧନ୍ୟବାଦ। ସେମାନଙ୍କ ବିନା ଆମେ ଏତେ ବଡ଼ ପଦକ୍ଷେପ ନେଇ ପାରି ନ ଥାନ୍ତୁ। ଶୁଭେଚ୍ଛା ଏବଂ ଆଶୀର୍ବାଦ ନିମନ୍ତେ ଆମେ ଆମ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛୁ। ବିବାହ-ବିଚ୍ଛେଦ ଯେ, ଅବସାନ ନୁହେଁ, ଗୋଟାଏ ନୂତନ ଯାତ୍ରାର ଅୟମାରମ୍ଭ ବୋଲି ଆମ ପରି ଆପଣମାନେ ମଧ୍ୟ ବୁଝିପାରିବେ ବୋଲି ଆଶା କରୁଛୁ।

ଉଲ୍ଲେଖଯୋଗ୍ୟ, ୨୦୧୧ ଡିସେମ୍ବର ୫ ତାରିଖରେ ‘ସରୋଗେସି’ ମାଧ୍ୟମରେ ଆମିର୍‌ ଖାଁ ଓ ପତ୍ନୀ କିରଣ ରାଓ ଦ୍ବିତୀୟ ପୁତ୍ର ଆଜାଦ ରାଓ ଖାଁର ଜନକଜନନୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe