ଓସ୍କାର ଅଭିଯାନ ପୂର୍ବରୁ ବଦଳିଲା 'ଲାପତା ଲେଡିଜ'ର ନାମ

Advertisment

ଓସ୍କାର ଆୱାର୍ଡ ୨୦୨୫ ପାଇଁ ମନୋନୀତ ହେବା ପରେ ଫିଲ୍ମର ନାମ ବଦଳାଇଲେ କିରଣ ରାଓ। ପୂର୍ବରୁ ଫିଲ୍ମର ନାମ 'ଲାପତା ଲେଡିଜ୍' ଥିବା ବେଳେ ‌ଏବେ ଏହାର ନାମ 'ଲଷ୍ଟ ଲେଡିଜ୍' ରଖାଯାଇଛି।

ଓସ୍କାର ଆୱାର୍ଡ ୨୦୨୫ ପାଇଁ ମନୋନୀତ ହେବା ପରେ ଫିଲ୍ମର ନାମ ବଦଳାଇଲେ କିରଣ ରାଓ। ପୂର୍ବରୁ ଫିଲ୍ମର ନାମ 'ଲାପତା ଲେଡିଜ୍' ଥିବା ବେଳେ ‌ଏବେ ଏହାର ନାମ 'ଲଷ୍ଟ ଲେଡିଜ୍' ରଖାଯାଇଛି।

lapatala

ମୁମ୍ବାଇ:  ଚେନ୍ନାଇରେ ଏକ ଇଭେଣ୍ଟ ସମୟରେ 'ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ' କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ଓସ୍କାର ଆୱାର୍ଡ ୨୦୨୫ ପାଇଁ ମନୋନୀତ ହୋଇଥିବା ଘୋଷଣା କରିଥିଲା। ଏହି ଖୁସି ଖବର ଆସିବା ପରେ ଫିଲ୍ମର ନିର୍ଦ୍ଦେଶକ କିରଣ ରାଓ ଏବଂ ତାଙ୍କର ପୂରା ଟିମ୍ ଖୁସି ବ୍ୟକ୍ତ କରିଛନ୍ତି। ଏହି ଖୁସି ଖବର ମିଳିବା ପରେ ଏବେ ଓସ୍କାର ଅଭିଯାନ ପାଇଁ ପ୍ରସ୍ତୁତ ହେଉଛନ୍ତି କିରଣ ରାଓ। ଏହା ପୂର୍ବରୁ ଆମୀର ଏବଂ କିରଣ ଫିଲ୍ମର ଟାଇଟେଲରେ ଗୋଟିଏ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାଦ୍ବାରା ଆନ୍ତର୍ଜାତୀୟ ସ୍ତରରେ ଲୋକେ ସହଜରେ ବୁଝିପାରିବେ ଏବଂ ଗ୍ରହଣ କରିପାରିବେ।

ଆମୀରଙ୍କ ପ୍ରଡକ୍ସନ୍ ହାଉସର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ନୂଆ ନାମ ଘୋଷଣା କରାଯାଇଛି। ପୂର୍ବରୁ ଏହାର ନାମ 'ଲାପତା ଲେଡିଜ୍' ଥିବା ବେଳେ ‌ଏବେ ଏହାର ନାମ 'ଲଷ୍ଟ ଲେଡିଜ୍' ରଖାଯାଇଛି। ସାରା ବିଶ୍ୱରେ ଚଳଚ୍ଚିତ୍ରର ପ୍ରଚାର କରିବା ପାଇଁ ସେମାନେ ନାମ ପରିବର୍ତ୍ତନ କରିଥିବା ଜଣାପଡ଼ିଛି।। ଫିଲ୍ମର ପୋଷ୍ଟର ସମାନ ଥିଲେ ବି ଏହାର ନାମ ବଦଳାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe