ପରସ୍ପରଙ୍କଠାରୁ ଅଲଗା ହେବା ପରେ ସାଥୀ ହୋଇ ଏକ ଭିଡିଓ ଜରିଆରେ ପ୍ରଶଂସକଙ୍କୁ ଏପରି କହିଲେ ଆମୀର ଓ କିରଣ

Advertisment
ପରସ୍ପରଙ୍କଠାରୁ ଅଲଗା ହେବା ପରେ ସାଥୀ ହୋଇ ଏକ ଭିଡିଓ ଜରିଆରେ ପ୍ରଶଂସକଙ୍କୁ ଏପରି କହିଲେ ଆମୀର ଓ କିରଣ

www.indiatoday.in

ମୁମ୍ବାଇ: ଗତକାଲି ବଲିଉଡ୍‌ ତାରକା ଆମୀର ଖାନ୍‌ ଓ ତାଙ୍କ ପତ୍ନୀ କିରଣ ରାଓଙ୍କ ଛାଡ଼ପତ୍ର ଖବର ଲୋକଲୋଚନକୁ ଆସିବା ପରେ ସଭିଙ୍କୁ ଏହି ଖବର ଚକିତ କରିଛି। ଦୀର୍ଘ ୧୫ ବର୍ଷର ବୈବାହିକ ଜୀବନ ପରେ ଏହି ଦମ୍ପତିଙ୍କର ପରସ୍ପରଙ୍କଠାରୁ ଅଲଗା ହେବା ନିଷ୍ପତ୍ତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ତେବେ ସେମାନଙ୍କ ଅଲଗା ହେବା ଖବର ଚାରିଆଡ଼େ ଖେଳିଯିବା ପରେ ଏକତ୍ର ଏକ ଭିଡିଓରେ ନଜର ଆସିଛନ୍ତି ଆମୀର ଓ କିରଣ। ସେମାନେ ଏହି ନିଷ୍ପତ୍ତିରେ ବେଶ୍‌ ଖୁସି ଥିବା ସହ ପ୍ରଶଂସକମାନଙ୍କୁ ତାଙ୍କ ପ୍ରତି ଶ୍ରଦ୍ଧା ଭାବ ବଜାୟ ରଖିବାକୁ କହିଛନ୍ତି। ‘ଛାଡ଼ପତ୍ର ପରେ ଆମେ ଏକ ପରିବାର ଓ ପରସ୍ପରର ସାଥୀରେ ସବୁବେ‌ଳେ ଛିଡ଼ା ହେବୁ’ ବୋଲି ଆମୀର ଭିଡିଓରେ କହୁଥିବା ବେଳେ ଏହାକୁ ସମର୍ଥନ ଦେଉଥିବାର ନଜର ଆସିଛନ୍ତି କିରଣ।

ଦୁହେଁ ପାଖାପାଖି ବସି ଏକ ଭିଡିଓ ସୁଟ୍‌ କରି ପ୍ରଶଂସକଙ୍କ ଉଦେଶ୍ୟରେ କହିଛନ୍ତି କି, ‘ଆପଣମାନଙ୍କୁ ଦୁଃଖ ଲାଗିଥିବ, ଭଲ ଲାଗିନଥିବ, ଆଶ୍ଚର୍ଯ୍ୟ ଲାଗିଥିବ। ଆମେ ଏତିକି କହିବାକୁ ଚାହୁଁ କି ଆମେ ଦୁହେଁ ଏବେ ବି ପରସ୍ପରର ସାଥୀରେ ଅଛୁ ଓ ଆମେ ଏକ ପରିବାର। ଆମ ସଂପର୍କରେ ଟିକେ ପରିବର୍ତ୍ତନ ଆସିଛି। ମାତ୍ର ଆମେ ପରସ୍ପରର ସାଥୀରେ ଅଛୁ। ଆପଣ ଏହାକୁ ନେଇ ଅନ୍ୟ କିଛି ଭାବିବେ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe