ସମସ୍ତଙ୍କୁ ନିଜ ପ୍ରଶ୍ନରେ ଚୁପ୍‌ କରାଇ ଦେଉଥିବା ବିଗ୍‌ ବି ଆମୀର ଖାନ୍‌ଙ୍କ ଏହି ପ୍ରଶ୍ନ ଶୁଣି ଚୁପ୍‌ ହୋଇ ଯାଇଥିଲେ, ଜାଣନ୍ତୁ ପ୍ରଶ୍ନଟି କ’ଣ ଥିଲା

ସମସ୍ତଙ୍କୁ ନିଜ ପ୍ରଶ୍ନରେ ଚୁପ୍‌ କରାଇ ଦେଉଥିବା ବିଗ୍‌ ବି ଆମୀର ଖାନ୍‌ଙ୍କ ଏହି ପ୍ରଶ୍ନ ଶୁଣି ଚୁପ୍‌ ହୋଇ ଯାଇଥିଲେ, ଜାଣନ୍ତୁ ପ୍ରଶ୍ନଟି କ’ଣ ଥିଲା

Hindustan Times

ମୁମ୍ବାଇ : ଏବେ ଟିଭିରେ ସବୁ ସୋ’ର ଟିଆର୍‌ପିକୁ ପଛରେ ପକାଇବାରେ ସଫଳ ହୋଇଛି କୌନ୍‌ ବନେଗା କରୋଡ଼୍‍ପତି । ଏହି ସୋ’ର ହୋଷ୍ଟିଂ ବିଗ୍‌ ବି ଅମିତାଭ ବଚ୍ଚନ କରୁଥିବା ବେଳେ ତାଙ୍କ କଥା କହିବା ଏବଂ ପ୍ରଶ୍ନ ପଚାରିବାର ଶୈଳୀ ସମସ୍ତଙ୍କୁ ଏହି ସୋ’ ଦେଖିବା ପାଇଁ ଆକର୍ଷିତ କରୁଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏହି ସୋ’ରେ ପଚରାଯାଉଥିବା ପ୍ରଶ୍ନ ପାଇଁ ପିଲମାନଙ୍କ ସାଧାରଣ ଜ୍ଞାନ ବଢ଼ୁଥିବାରୁ ସମସ୍ତେ ଏହି ସୋ’ ଦେଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଯାହାଦ୍ୱାରା ସୋ’ର ଟିଆରପି ବଢ଼ିବାରେ ଲାଗିଛି । ତେବେ ସବୁ ଅଧ୍ୟାୟରେ ପ୍ରତିଯୋଗୀମାନଙ୍କୁ ପ୍ରଶ୍ନ ପଚାରି ଅନେକ ସମୟରେ ସେମାନଙ୍କ ମୁହଁ ବନ୍ଦ କରୁଥିବା ବେଳେ ଏବେ ଅଭିନେତା ଅମୀର ଖାନ୍‌ ପଚାରିଥିବା ପ୍ରଶ୍ନ ବିଗ୍‌ ବିଙ୍କ ମୁହଁ ବନ୍ଦ କରି ଦେଇଥିବା ଜଣାପଡ଼ିଛି ।

publive-image Patrika

ସୂଚନା ମୁତାବକ, ଆମୀର କର୍ମବୀର ସ୍ପେଶାଲ ସୋ’ରେ ପହଞ୍ଚିଥିବା ବେଳେ ସେ ଏହି ପ୍ରଶ୍ନ ଉତ୍ତରର ଖେଳ ଖେଳିଥିଲେ । ପ୍ରଥମେ ବିଗ୍‌ ବି ଆମୀରଙ୍କୁ କିଛି ପ୍ରଶ୍ନ ପଚାରିବା ପରେ ଆମୀର ତାଙ୍କୁ ଅଟକାଇ ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ । ଆପଣ କେବେ ଘରକୁ ବିଳମ୍ବରେ ଯାଇଥିବାରୁ ୧.ଆପଣଙ୍କୁ ଘରେ ଏଣ୍ଟ୍ରି ମିଳି ନାହିଁ ୨.ଜୟାଜୀ କହିଛନ୍ତି କି,ଏଇଟା କ’ଣ ଘରକୁ ଆସିବାର ସମୟ? ୩.ଘରକୁ ପ୍ରବେଶ କରିବା ପାଇଁ ସିକ୍ୟୁରିଟିକୁ ପଟେଇଛନ୍ତି ୪. ଭୋକରେ ଶୋଇବାକୁ ପଡ଼ିଛି ବୋଲି ପ୍ରଶ୍ନ କରିବା ସହ ଏହି ସବୁ ଅପ୍‌ସନ ରଖିଥିଲେ । ଆମୀର ଏହି ପ୍ରଶ୍ନ ପଚାରୁଥିବା ସମୟରେ ବିଗ୍‌ ବି ଯେଉଁ ପ୍ରତିକ୍ରିୟା ଦେଇଥିବା ତାହା ଦେଖିବା ଭଳିଥିଲା । ଅନ୍ୟ ପକ୍ଷରେ ଆମୀର ସୋ’ର ପ୍ରମୋ ଭିଡ଼ିଓରେ ଏହି ପ୍ରଶ୍ନ ପଚାରୁଥିବାର ଦେଖାଯାଇଛି । ଆଗାମୀ ଅଧ୍ୟାୟରେ ବିଗ୍‌ ବି ଏହାର ଉତ୍ତର କ’ଣ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe