ଆସାମ ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଲେ ଆମୀର ଖାନ୍, ଦାନ କଲେ ୨୫ଲକ୍ଷ

ଆସାମ ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଲେ ଆମୀର ଖାନ୍, ଦାନ କଲେ ୨୫ଲକ୍ଷ

ମୁମ୍ବାଇ: ଆସାମରେ ଏବେ ବନ୍ୟା ତାଣ୍ଡବ ରଚୁଛି। ଅସମୟରେ ଆସିଥିବା ବନ୍ୟା ପାଇଁ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ବଲିଉଡ ସୁପରଷ୍ଟାର ଆମୀର ଖାନ ଏବେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଆମୀର ଖାନ ଆସାମର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି ଚଳିତ ବର୍ଷ ଆସାମ ଭୟଙ୍କର ବନ୍ୟା ହେତୁ ସବୁଠୁ ବଡ ସଙ୍କଟ ଦେଇ ଗତି କରୁଛି। ଏହି ବନ୍ୟା ଯୋଗୁଁ ୨୧ଲକ୍ଷରୁ ଅଧିକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଏଭଳି ପରିସ୍ଥିତିରେ ଅନେକ ଭାରତୀୟ ସେଠାକାର ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ଦେଖାଯାଇଛି। ସେମାନଙ୍କ ଘର ଏବଂ ଚାଷଜମି ବନ୍ୟା ଜଳରେ ବୁଡ଼ି ରହିଥିବାରୁ ଆସାମର ଅନେକ ପରିବାରଙ୍କୁ ଖାଇବା ଏବଂ ରହିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ବନ୍ୟା ଆସିବା ପରେ ଲୋକମାନେ ଆଶ୍ରୟସ୍ଥଳୀ ବିନା ଭୋକ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ସବୁ ସମସ୍ୟାକୁ ଦେଖି ଆସାମର ଲୋକଙ୍କୁ ସାହାଯ୍ୟ କରିବାକୁ ବଲିଉଡ ଅଭିନେତା ଆମୀର ଖାନ ଆଗକୁ ଆସିଛନ୍ତି।

Himanta Biswa Sarma, Himanta Biswa Sarma twitter

ଆମୀର ଖାନ କରିଥିବା ସାହାଯ୍ୟ ବିଷୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। ସେ ଆମୀରଙ୍କୁ କୃତଜ୍ଞତା ଜଣାଇ ଲେଖିଛନ୍ତି ଯେ ବଲିଉଡର ବିଶିଷ୍ଟ ଅଭିନେତା ଆମୀର ଖାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କା ପ୍ରଦାନ କରି ଆମ ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ତାଙ୍କର ଏଭଳି ଚିନ୍ତା ଏବଂ ଉଦାରତାର କାର୍ଯ୍ୟ ପାଇଁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe