ତିନିଖାନ ଏକାଠି ପରଦାରେ ନଜର ନଆସିଲେ ଦର୍ଶକଙ୍କ ପ୍ରତି ଅନ୍ୟାୟ ହେବ

Advertisment

ରେଡ ସି ଫିଲ୍ମ ଫେଷ୍ଟିଭାଲରେ ଅମୀର କହିଛନ୍ତି, ‘ଗତ ୬ମାସ ତଳେ ସୁପରଷ୍ଟାର ଶାହାରୁଖ ଖାନ ଓ ସଲମାନଙ୍କ ସହିତ କାମ ଆଲୋଚନାରେ ମୁଁ ଶାହାରୁଖ ଓ ସଲମାନ ଖାନଙ୍କୁ କହିଥିଲି ଯଦି ଆମେ ଏକାଠି କାମ କରିବା ନାହିଁ ତେବେ ଏହା ଏକ ନିରାଶର କଥା ହେବ।

Updated On

ରେଡ ସି ଫିଲ୍ମ ଫେଷ୍ଟିଭାଲରେ ଅମୀର କହିଛନ୍ତି, ‘ଗତ ୬ମାସ ତଳେ ସୁପରଷ୍ଟାର ଶାହାରୁଖ ଖାନ ଓ ସଲମାନଙ୍କ ସହିତ କାମ ଆଲୋଚନାରେ ମୁଁ ଶାହାରୁଖ ଓ ସଲମାନ ଖାନଙ୍କୁ କହିଥିଲି ଯଦି ଆମେ ଏକାଠି କାମ କରିବା ନାହିଁ ତେବେ ଏହା ଏକ ନିରାଶର କଥା ହେବ।

ଅଦ୍ୟତନ ହୋଇଛି
s

 ନୂଆଦିଲ୍ଲୀ: ବଲିଉଡର ତିନିଜଣ ସୁପରଷ୍ଟାର ଆମୀର ଖାନ, ସଲମାନ ଖାନ ଏବଂ ଶାହାରୁଖ ଖାନ ୯୦ ଦଶକରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ଯାଦୁ ଦେଖାଇ ଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ତିନିଜଣ ଏକାଠି କେବେ କାମ କରିନାହାନ୍ତି। ନିକଟରେ ଏକ ସାକ୍ଷାତକାରରେ ଅମୀର ଖାନ ସଲମାନ ଖାନ ଓ ଶାହାରୁଖ ଖାନଙ୍କ ସହିତ ସିନେମା କରିବା ନେଇ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି। 

ରେଡ ସି ଫିଲ୍ମ ଫେଷ୍ଟିଭାଲରେ ଅମୀର କହିଛନ୍ତି, ‘ଗତ ୬ମାସ ତଳେ ସୁପରଷ୍ଟାର ଶାହାରୁଖ ଖାନ ଓ ସଲମାନଙ୍କ ସହିତ କାମ କରିବା ବିଷୟରେ ମୁଁ ଆଲୋଚନା କରି ସାରିଛି। ଏହି ଆଲୋଚନାରେ ମୁଁ ଶାହାରୁଖ ଓ ସଲମାନ ଖାନଙ୍କୁ କହିଥିଲି ଯଦି ଆମେ ଏକାଠି କାମ କରିବା ନାହିଁ ତେବେ ଏହା ଏକ ନିରାଶର କଥା ହେବ। ଦୁହେଁ ମୋ ପ୍ରସ୍ତାବରେ ସହମତି ଜଣାଇ ଦୁହେଁ ମୋ ସହ କାମ କରିବା ପାଇଁ ରାଜି ହୋଇଯାଇଥିଲେ। ଆମେ ତିନିଜଣ ଏକ ଭଲ ସ୍କ୍ରିପ୍ଟର ଅପେକ୍ଷା କରିଛୁ। ଏଥିପାଇଁ ଶାହାରୁଖ, ସଲମାନଙ୍କ ସମେତ ମୁଁ ଖୁବ ଉତ୍ସାହିତ ଅଛି।

ଏହା ପ୍ରଥମ ନୁହେଁ ଯେ ଆମୀର ଖାନ ଏହି ତିନିଜଣଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ସେ ଶାହାରୁଖ ଏବଂ ସଲମାନଙ୍କ ସହ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ରେ ଏକ ଫିଲ୍ମ କରିବା ବିଷୟରେ କହିଥିଲେ। ସେ କହିଥିଲେ, “ଆମେ ଏତେ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରହିଛୁ, ଯଦି ଆମେ ଏକାଠି କାମ ନକରିବା ତେବେ ଦର୍ଶକଙ୍କ ପ୍ରତି ଅନ୍ୟାୟ ହେବ। ଅନ୍ତତ ପକ୍ଷେ ଥରେ ସ୍କ୍ରିନ୍ ସେୟାର କରିବା ଉଚିତ୍। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe