ଅକ୍ଷୟ ଓ ଆମୀରଙ୍କ ଫିଲ୍ମ ଦେଖିବାକୁ ଆସୁନାହାନ୍ତି ଦର୍ଶକ; ଥିଏଟର୍‌ ମାଲିକ ନେଲେ ଏହି ବଡ଼ ନିଷ୍ପତ୍ତି

Advertisment
ଅକ୍ଷୟ ଓ ଆମୀରଙ୍କ ଫିଲ୍ମ ଦେଖିବାକୁ ଆସୁନାହାନ୍ତି ଦର୍ଶକ; ଥିଏଟର୍‌ ମାଲିକ ନେଲେ ଏହି ବଡ଼ ନିଷ୍ପତ୍ତି

www.aajtak.in

ମୁମ୍ବାଇ: ପ୍ରଶଂସକମାନେ ଅକ୍ଷୟ କୁମାର ଓ ଆମୀର ଖାନ୍‌ଙ୍କ ପରି ତାରକାମାନଙ୍କ ଚଳଚ୍ଚିତ୍ର ଦେଖିବାକୁ ଅପେକ୍ଷା କରି ରହୁଥିବା ବେଳେ ଏଥର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆମୀରଙ୍କ ଅଭିନୀତ ‘ଲାଲ୍‌ ସିଂହ ଚଢ଼ା’ ଓ ଅକ୍ଷୟଙ୍କ ଅଭିନୀତ ‘ରକ୍ଷା ବନ୍ଧନ’ ରିଲିଜ୍‌ ହୋଇସାରିିଛି, ହେଲେ ପ୍ରେକ୍ଷାଳୟକୁ ଆସୁନାହାନ୍ତି ଦର୍ଶକ। ଏହି କାରଣରୁ ଥିଏଟର୍‌ ମାଲିକମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅକ୍ଷୟ ଓ ଆମୀରଙ୍କ ଏହି ଚଳଚ୍ଚିତ୍ରର ସୋ’କୁ କମ୍‌ କରି ଦିଆଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି କି ରିଲିଜ୍‌ ହେବାର ଗୋଟାଏ ଦିନ ପରେ ଥିଏଟର୍‌ ମାଲିକମାନେ ଦେଶରେ ଏହି ୨ଟି ଫିଲ୍ମର ସ୍କ୍ରିନିଂ କମ୍‌ କରି ଦେଇଛନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ସାରା ଦେଶରେ ଆମୀରଙ୍କ ଚଳଚ୍ଚିତ୍ରର ୧୩୦୦ ସୋ’ ଓ ଅକ୍ଷୟଙ୍କ ଫିଲ୍ମର ୧୦୦୦ ସୋ’ କମ୍‌ କରି ଦିଆଯାଇଛି।

ବଲିଉଡ୍‌ ହଙ୍ଗାମା ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଶୁକ୍ରବାର ଆମୀର ଓ ଅକ୍ଷୟଙ୍କ ଅଭିନୀତ ଏହି ୨ ଚଳଚ୍ଚିତ୍ରର କିଛି ସୋ’କୁ କ୍ୟାନ୍‌ସଲ୍‌ ବି କରାଯାଇଛି। ଏହି ୨ଟି ଯାକ ଚଳଚ୍ଚିତ୍ରର ବକ୍ସ ଅଫିସ୍‌ରେ ଖୁବ୍‌ କମ୍‌ ଚାହିଦା ଦେଖିବାକୁ ମିଳିଛି। ୨ଟା ଯାକ ଚଳଚ୍ଚିତ୍ର ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନ କମ୍‌ ରୋଜଗାର କରିଛନ୍ତି।

ଜାଣିବାକୁ ମିଳିଛି ଯେ ଏହି ଦ୍ବୟ ଚଳଚ୍ଚିତ୍ର ସାରା ଦେଶରେ ୧୦ ହଜାର ପରଦାରେ ମୁକ୍ତିଲାଭ କରିଥିଲା। ମାତ୍ର ଦର୍ଶକଙ୍କ ସଂଖ୍ୟା କମ୍‌ ରହିବାରୁ ଥିଏଟର୍‌ ମାଲିକ ସ୍କ୍ରିନିଂ କମ୍‌ କରିବାକୁ ବାଧ୍ୟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe