ପତ୍ନୀ ଅବନ୍ତିକାଠାରୁ ଅଲଗା ହେବା ପରେ କାହାକୁ ଡେଟ୍‌ କରୁଛନ୍ତି ଆମୀରଙ୍କ ଭଣଜା ଇମ୍ରାନ ଖାନ୍‌?

Advertisment
ପତ୍ନୀ ଅବନ୍ତିକାଠାରୁ ଅଲଗା ହେବା ପରେ କାହାକୁ ଡେଟ୍‌ କରୁଛନ୍ତି ଆମୀରଙ୍କ ଭଣଜା ଇମ୍ରାନ ଖାନ୍‌?

www.aajtak.in

ମୁମ୍ବାଇ: ଆମୀର ଖାନ୍‌ଙ୍କ ଭଣଜା ଇମ୍ରାନ ଖାନ୍‌ ଦୀର୍ଘ ସମୟ ଧରି ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଛନ୍ତି। ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଇମ୍ରାନ ପୁଣି ଥରେ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଯେ ଇମ୍ରାନ ତାଙ୍କ ପତ୍ନୀ ଅବନ୍ତିକାଙ୍କଠାରୁ ଅଲଗା ହୋଇ ସାରିଛନ୍ତି।

ଏବେ ଅନୁମାନ କରାଯାଉଛି ଯେ ଇମ୍ରାନଙ୍କୁ ପୁଣି ଥରେ ପ୍ରେମ ହୋଇଯାଇଛି। ସୋସିଆଲ୍‌ ମିଡିଆରେ ଇମ୍ରାନଙ୍କର ଜଣେ ରହସ୍ୟମୟୀ ଯୁବତୀଙ୍କ ସହ ଫଟୋ ଭାଇରାଲ୍‌ ହୋଇଛି। ଚର୍ଚ୍ଚା ହେଉଛି ଯେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ତେବେ ଏହି ରହସ୍ୟମୟୀ କିଏ ଆପଣ ଜାଣନ୍ତି କି?

ଇମ୍ରାନଙ୍କର ଯେଉଁ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଛି ସେଥି‌ରେ ତ‌ାଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଲେଖାଙ୍କୁ ଦେଖିବାକୁ ମିଳିଛି।

ଭିଡିଓରେ ଦୁହେଁ ଦୁହିଁଙ୍କ ହାତ ଧରିଥିବାର ନଜର ଆସିଛନ୍ତି। ଏକ କଳା ରଂଗର ଟି-ସାର୍ଟ ଓ ନୀଳ ରଂଗର ପ୍ୟାଣ୍ଟ୍‌ରେ ଖୁବ୍‌ ସୁନ୍ଦର ଦେଖା ଯାଉଛନ୍ତି ଇମ୍ରାନ। ସେପରି ଲେଖା ଏକ ପ୍ରିଣ୍ଟେଡ୍‌ ଡ୍ରେସ୍ ପିନ୍ଧିଥିବାର ନଜର ଆସିଛନ୍ତି। ସାଥୀରେ ଇମ୍ରାନ ଓ ଲେଖା ଖୁବ୍ ଖୁସି ଥିବା ଜଣା ପଡୁଥିବା ବେଳେ ଦୁହିଁଙ୍କ ଯୋଡ଼ିକୁ ପ୍ରଶଂସକ ବି ଖୁବ୍ ପସନ୍ଦ କରିଛନ୍ତି।

ସେ ଦୁଇ ଜଣଙ୍କ ଫଟୋ ଓ ଭିଡିଓ ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସେମାନେ ପରସ୍ପରଙ୍କୁ ଡେଟ୍‌ କରୁଛନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe