ଭୁଲ ମଣିଷ ହିଁ କରେ, ଆପଣଙ୍କ ମନକୁ କଷ୍ଟ ଦେଇଥିଲେ ମୋତେ କ୍ଷମା କରିବେ, ଏଭଳି ଭିଡିଓ ସେୟାର କଲେ ଆମୀର

Advertisment
ଭୁଲ ମଣିଷ ହିଁ କରେ, ଆପଣଙ୍କ ମନକୁ କଷ୍ଟ ଦେଇଥିଲେ ମୋତେ କ୍ଷମା କରିବେ, ଏଭଳି ଭିଡିଓ ସେୟାର କଲେ ଆମୀର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହୋଇଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୬୦କୋଟିରୁ କମ୍ ରୋଜଗାର କରିଥିଲା। ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିବା ବେଳେ ଦିନ ଗଡ଼ିବ‌ା ସହ କମ ହେବାରେ ଲାଗିଥିଲା ଫିଲ୍ମର ବକ୍ସ ଅଫିସର ଆୟ। ଗତକାଲି ଲାଲ୍ ସିଂହ ଚଢ଼ାର ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ଆମୀର ମନା କରିଥିବାର ଖବର ଆସିଥିବା ବେଳେ ଆଜି ଏକ ବଡ଼ ଖବର ସାମ୍ନାକୁ ଆସିଛି।

ଦର୍ଶକଙ୍କୁ କ୍ଷମା ମାଗୁଥିବାର ଏକ ଭିଡିଓ ଆମୀରଖାନପ୍ରଡକ୍ସନ୍ସ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରାଯାଇଥିବା ବେଳେ ପରେ ଏହା ଡିଲିଟ୍ ହୋଇଯାଇଥିବା ଦେଖାଯାଇଥିଲା। ଏଭଳି ହେବା ଦେଖି ଲୋକେ ତାଙ୍କର ଟ୍ବିଟର ଆକାଉଣ୍ଟ ହ୍ୟାକ୍ ହୋଇଛି କି ବୋଲି ପ୍ରଶ୍ନ କରିଥିଲେ। ତେବେ ଡିଲିଟ୍ ହୋଇଯାଇଥିବା ଭିଡିଓରେ ଥିବା ଭୁଲକୁ ସଂଶୋଧନ କରି ଆମୀର ଏହାକୁ ପୁଣି ଟ୍ବିଟର ଏବଂ ଇନଷ୍ଟା‌ରେ ସେୟାର କରିଥିବା ଦେଖାଯାଇଛି।

ଭିଡିଓରେ କୁହାଯାଇଛି ଯେ, ଆମେ ସମସ୍ତେ ମଣିଷ ଏବଂ ଭୁଲ୍ ଆମ ଦ୍ବାରା ହିଁ ହୁଏ। କେତେବେଳେ କଥା କହି ଆମେ ଭୁଲ କରିଥାଉ ତ କେବେ କାର୍ଯ୍ୟ ଦ୍ୱାରା, କେବେ ଅଜାଣତରେ, କେବେ କ୍ରୋଧରେ, କେବେ ଥଟ୍ଟା କରି, କେବେ କଥାବାର୍ତ୍ତା ନହୋଇ। ଯଦି ମୁଁ ଆପଣଙ୍କା ହୃଦୟକୁ କୌଣସି ପ୍ରକାରେ ଆଘାତ ଦେଇଛି, ତେବେ ମୁଁ ମୋ ହୃଦୟରୁ ଆପଣଙ୍କୁ କ୍ଷମା ମାଗୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe