୫୮ ବର୍ଷ ବୟସରେ ନିଜ ଝିଅ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଫତିମାଙ୍କୁ ଆମୀର ଖାନ୍‌ ବିବାହ କରିବା ଚର୍ଚ୍ଚା ଜୋର୍‌ ଧରିଲା

Advertisment
୫୮ ବର୍ଷ ବୟସରେ ନିଜ ଝିଅ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଫତିମାଙ୍କୁ ଆମୀର ଖାନ୍‌ ବିବାହ କରିବା ଚର୍ଚ୍ଚା ଜୋର୍‌ ଧରିଲା

ନୂଆଦିଲ୍ଲୀ: ଆମୀର ଖାନ ଆଜିକାଲି ହେଡଲାଇନରେ ଅଛନ୍ତି। ଏହାର କାରଣ ତାଙ୍କର ‌କୌଣସି ଚଳଚ୍ଚିତ୍ର ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି କଥା। ଆପଣ ଜାଣନ୍ତି ଯେ ଆମୀରଙ୍କର ତାଙ୍କ ଦ୍ବିତୀୟ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ହୋଇସାରିଛି। ନିକଟରେ ତାଙ୍କୁ ‘ଦଙ୍ଗଲ୍‌’ ଚଳଚ୍ଚିତ୍ରରେ ତାଙ୍କ ଝିଅ ଭୂମିକା ନିଭାଇଥିବା ଫତିମା ସାନାଙ୍କ ସହ ଦେଖିବାକୁ ମିଳିଥିଲା। ଉଭୟଙ୍କୁ ଏକାଠି ଦେଖିବା ପରେ ସୋସିଆଲ ମିଡିଆରେ ଅଭିନେତାଙ୍କ ଡେଟିଂର ଗୁଜବ ତୀବ୍ର ହୋଇଥିଲା ଏବଂ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଥିଲେ।

ତେବେ ଏହାକୁ ନେଇ ବଲିଉଡ୍‌ ଅଭିନେତା କେଆର୍‌କେ ଏକ ନୂଆ ଦାବି କରିଛନ୍ତି। ସେ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଆମୀର ଖାନ୍‌ ଖୁବ୍‌ ଶୀଘ୍ର ତାଙ୍କ ଝିଅ ବୟସର ଯୁବତୀ ଫତିମା ସାନାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆମୀର ସାନାଙ୍କୁ ‘ଦଙ୍ଗଲ’ ସମୟ‌ରୁ ଡେଟ୍‌ କରୁଛନ୍ତି।’

publive-image

ୟଶ୍‌ ରାଜ୍‌ ଫିଲ୍ମସର ର ‘ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ’ରେ ଏକାଠି କାମ କରିବା ପରେ ପ୍ରଶଂସକମାନେ ଆମୀର ଖାନ ଏବଂ ଫତିମା ସାନାଙ୍କ ଯୋଡି ଉପରେ ନଜର ରଖିଛନ୍ତି। ଏହି ସମୟରେ ଉଭୟଙ୍କ ଡେଟିଂ ଗୁଜବ ଉଠିଥିଲା। ତେବେ ଏବେ କେଆର୍‌କେଙ୍କ ଟ୍ବିଟ୍‌ ପରେ ପ୍ରଶଂସକମାନେ ଏଥିରେ ନିଜର ମତ ରଖିବା ଆରମ୍ଭ କରିଛନ୍ତି।

କେ‌ଆର୍‌କେ ଆହୁରି ଏକ ଟ୍ବିଟ୍‌ ବି କରିଥିଲେ ଯେ ଯଦି ଆମୀର ଏହି ବୟସରେ ବିବାହ କରି ପାରୁଛନ୍ତି ତ ମୁଁ କାହିଁକି କରିପାରିବି ନାହିଁ? ସେହି ଟ୍ବିଟ୍‌କୁ ନେଇ ବହୁ ଆଲୋଚନା ଓ ସମାଲୋଚନା ହେବା ପରେ ତାହାକୁ ଏବେ ଡିଲିଟ୍‌ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe