ବଏକଟ ଟ୍ରେଣ୍ଡ ପାଇଁ ଚିନ୍ତାରେ ୪୮ଘଣ୍ଟା ହେଲାଣି ଶୋଇପାରି ନାହାନ୍ତି ଆମୀର, କହିଲେ...

Advertisment
ବଏକଟ ଟ୍ରେଣ୍ଡ ପାଇଁ ଚିନ୍ତାରେ ୪୮ଘଣ୍ଟା ହେଲାଣି ଶୋଇପାରି ନାହାନ୍ତି ଆମୀର, କହିଲେ...

ମୁମ୍ବାଇ: ଆସନ୍ତାକାଲି ରିଲିଜ୍ ହେବ ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ଟ କୁହାଯାଉଥିବା ଅଭିନେତା ଆମୀର ଖାନଙ୍କ ଫିଲ୍ମ 'ଲାଲ୍‌ ସିଂହ ଚଢ଼ା'। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ କରୀନା କପୁର ଖାନ୍। ସବୁଥର ଆମୀରଙ୍କ ଫିଲ୍ମକୁ ଦର୍ଶକ ଦେଖିବା ପାଇଁ ଅନାଇ ବସିଥିବା ବେଳେ ଏଥର କିନ୍ତୁ ସେଭଳି କିଛି ଘଟିନାହିଁ। ରିଲିଜ ପୂର୍ବରୁ ‘ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଫିଲ୍ମ ବିରୋଧରେ ଦର୍ଶକଙ୍କ ଏଭଳି ପ୍ରତିକ୍ରିୟା ଦେଖି ଏବେ ଚିନ୍ତାରେ ଆମୀର।

'ଲାଲ୍‌ ସିଂହ ଚଢ଼ା'ର ପ୍ରମୋସନ ସମୟରେ ଆମୀର ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଜବାବ ରଖିଥିଲେ। ଆମୀର କହିଥିଲେ ଯେ ମୁଁ ଫିଲ୍ମ ହେତୁ ଗତ ୪୮ଘଣ୍ଟା ହେଲାଣି ଶୋଇପାରି ନାହିଁ। ମୁଁ ଏବେ ବହୁତ ନର୍ଭସ ଅଛି। ୪୮ଘଣ୍ଟା ହେଲା ମୁଁ ଶୋଇ ନାହିଁ। ମୁଁ ଥଟ୍ଟା କରୁନାହିଁ, ସତରେ ମୁଁ ଶୋଇପାରୁ ନାହିଁ। ତେଣୁ ମୁଁ ବହି ପଢ଼ୁଛି ଏବଂ ଅନଲାଇନରେ ଚେସ ଖେଳୁଛି। ବର୍ତ୍ତମାନ ମୁଁ କେବଳ ଅଗଷ୍ଟ ୧୧ପରେ ହିଁ ଶୋଇ ପାରିବି।

କିଛି ଦିନ ପୂର୍ବରୁ ଆମୀର ଖାନଙ୍କୁ ପଚରାଯାଇଥିଲା ଯେ ଫିଲ୍ମକୁ ବଏକଟ କରିବା ପାଇଁ ଆରମ୍ଭ ହୋଇଥିବା ଟ୍ରେଣ୍ଡକୁ ଦେଖି ସେ ଦୁଃଖ ପ୍ରକାଶ କରୁଛନ୍ତି କି? ଏହାର ଉତ୍ତରରେ ଆମୀର ଖାନ କହିଥିଲେ, ହଁ ମୁଁ ଦୁଃଖିତ। ଏହା ସହିତ ମୁଁ ଭାରତକୁ ଭଲପାଏ ନାହିଁ ବୋଲି କିଛି ଲୋକ କହୁଥିବା ଜାଣି ମୋତେ ଆହୁରି ଖରାପ ଲାଗୁଛି। କିନ୍ତୁ ଏହା ସତ୍ୟ ନୁହେଁ। ଦୟାକରି ମୋ ଚଳଚ୍ଚିତ୍ରକୁ ବଏକଟ କରନ୍ତୁ ନାହିଁ। ଦୟାକରି ମୋର ଚଳଚ୍ଚିତ୍ର ଦେଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe