‘ଲାଲ୍‌ ସିଂହ ଚଢ଼ା’ ପାଇଁ ପ୍ରଥମ ପସନ୍ଦ ନଥିଲେ ଅଭିନେତ୍ରୀ କରୀନା କପୁର୍‌

Advertisment
‘ଲାଲ୍‌ ସିଂହ ଚଢ଼ା’ ପାଇଁ ପ୍ରଥମ ପସନ୍ଦ ନଥିଲେ ଅଭିନେତ୍ରୀ କରୀନା କପୁର୍‌

Koimoi

ମୁମ୍ବାଇ: ଆପଣ ଜାଣନ୍ତି କି ‘ଲାଲ୍‌ ସିଂହ ଚଢ଼ା’ ପାଇଁ ପ୍ରଥମ ପସନ୍ଦ ନଥିଲେ ଅଭିନେତ୍ରୀ କରୀନା କପୁର୍‌। ଚଳଚ୍ଚିତ୍ର ପାଇଁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିବା ଆମୀର ଖାନ୍‌ ଓ ନିର୍ଦ୍ଦେଶକ ଏକ ୨୫ ବର୍ଷୀୟା ଅଭିନେତ୍ରୀଙ୍କୁ ଖେ‌ାଜୁଥିଲେ। ମାତ୍ର ଶେଷର ପସନ୍ଦ ଆସିଲେ ୪୧ ବର୍ଷୀୟା କରୀନା କପୁର୍‌ ଖାନ୍‌।

ନିକଟରେ ‘କଫି ଉଇଥ୍‌ କରଣ’ରେ ଆମୀର ଏହି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି କି ଏକ ବିଜ୍ଞାପନରେ କରୀନାଙ୍କ ସହ ଅନ୍ୟ ଜଣେ ମଡେଲ୍‌ ପରଦାରେ ଦିଶୁଥିଲେ। ମୁଁ ଓ ନିର୍ଦ୍ଦେଶକ ସେହି ବିଜ୍ଞାପନ ଦେଖି ଅନ୍ୟ ମଡେଲ୍‌ ଜଣଙ୍କୁ ଆମ ଚଳଚ୍ଚିତ୍ରର ‘ରୁପା’ ଚରିତ୍ର ପାଇଁ ଭାବିଥିଲୁ। ମାତ୍ର ଗୋଟାଏ ସମୟରେ ମୋତେ ଲାଗିଲା କରୀନା ହିଁ ଉଚିତ ହେବେ ଉକ୍ତ ଚରିତ୍ର ପାଇଁ। ଠିକ୍‌ ସମୟରେ ଏକାସାଥୀରେ ଆମେ କରୀନାଙ୍କ ନାଁ ନେଇଥିଲୁ।

ଚଳଚ୍ଚିତ୍ରରେ ‘ରୁପା’ର ଚରିତ୍ର ଜଣେ ୧୮ ବର୍ଷରୁ ନେଇ ୫୦ ବର୍ଷୀୟା ମହିଳାଙ୍କର। ସେହିକାରଣରୁ ସେମାନେ ଏପରି ଜଣେ ଅଭିନେତ୍ରୀଙ୍କୁ ଚାହୁଁଥି‌ଲେ ଯିଏକି ଉଭୟ ଯୁବା ଓ ବୃଦ୍ଧା ପରି ଦିଶିପାରିବେ। ତାପରେ ସେମାନଙ୍କୁ କରୀନା ଠିକ୍‌ ଲାଗିଥିଲେ। ସବୁଠାରୁ ବଡ଼ କଥା ହେଉଛି, ନିଜର ୨୨ ବର୍ଷର କ୍ୟାରିୟର୍‌ ଭିତରେ କରୀନା ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଟେଷ୍ଟ୍‌ ଦେଇଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆସନ୍ତା ୧୧ ତାରିଖରେ ପରଦାରେ ଆସିବାକୁ ଥିବା ଏହି ଚଳଚ୍ଚିତ୍ରଟିକୁ ନେଇ ବିବାଦ ଉପୁଜିଛି। ଚଳଚ୍ଚିତ୍ରର ପୋଷ୍ଟ୍‌ରରେ ମାଆ ଲକ୍ଷ୍ମୀଙ୍କ ଫଟୋରେ ନିଖୋଜ ଲେଖା ଯାଇଥିବା ଦେଖି ହିନ୍ଦୁ ଧର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe