www.thelivemirror.com
ମୁମ୍ବାଇ: ବେଶ୍ କିଛି ଦିନ ଅନ୍ତରରେ ପରଦାକୁ ଆସି ଏକ ସୁପର୍ହିଟ୍ ଚଳଚ୍ଚିତ୍ର ଦେବାରେ ବଲିଉଡ୍ ଷ୍ଟାର୍ ଆମୀର ଖାନ୍ ଧୁରନ୍ଧର। ଆପଣ ଜାଣିଥିବେ ନିଶ୍ଚୟ ଯେ ଆଗକୁ ଆସୁଛି ଆମୀଙ୍କର ଅଭିନୀତ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ଼ା’। ଏହି ଚଳଚ୍ଚିତ୍ରରେ ଆମୀରଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କରୀନା କପୁର। ଆଜି ପ୍ରେମ ଦିବସ(ଭାଲେଣ୍ଟାଇନ୍ସ ଡେ) ଅବସରରେ କରୀନାକୁ ସ୍ବତନ୍ତ୍ର ଟ୍ବିଟ୍ ପୋଷ୍ଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ଆମୀର।
ସେ ଟ୍ବିଟ୍ କରି ଲେଖିଛନ୍ତି, ‘ପାଇବାର ଉତ୍ସୁକତା ଓ ହରେଇବାର ଭୟ, ବାସ୍ ଏତିକି ହିଁ ଜୀବନର ରାସ୍ତା। ପ୍ରେମ ଦିବସର ଶୁଭେଚ୍ଛା କରୀନା। ମୁଁ ସବୁ ଚଳଚ୍ଚିତ୍ରରେ ତୁମ ସହ ରୋମାନ୍ସ କରିବାର ସୁଯୋଗ ପାଆନ୍ତି କି!’
ଆମୀର କରୀନାଙ୍କୁ ତାଙ୍କ ଅପ୍କମିଂ ଚଳଚ୍ଚିତ୍ରର ନୂଆ ପୋଷ୍ଟର୍ ଜାରି କରି ଶୁଭେଚ୍ଛା ଜଣାଇଛନ୍ତି। ଆମୀର ଜାରି କରିଥିବା ଏହି ପ୍ରଥମ ପୋଷ୍ଟର୍ରେ କରୀନା କପୁର୍ ଏକ ହଳଦିଆ ପୋଷାକ ପିନ୍ଧି ବେଶ୍ ଆକର୍ଷଣୀୟ ଲାଗୁଛନ୍ତି। ଆମୀର ଖାନ୍ କ୍ୟାମେରାକୁ ପଛ କରି ଛିଡ଼ା ହୋଇଥିବା ବେଳେ ତାଙ୍କୁ ଆଲିଙ୍ଗନ କରିଛନ୍ତି କରୀନା କପୁର୍।
Follow Us