'ମୁଁ ଜାଣିଥିଲି ଏହା ଭୁଲ୍ କିନ୍ତୁ'...; ନିଜର ଖରାପ ଅଭ୍ୟାସ ଉପରେ ନୀରବତା ଭାଙ୍ଗିଲେ ଅମୀର

ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଭାବେ ଜଣାଶୁଣା ଅଭିନେତା ଅମୀର ଖାନ ନିଜ ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ]କିନ୍ତୁ ପରଦାରେ ମିଷ୍ଟର ପର୍ଫେକ୍ଟ ଥିବା ଅମୀର ନିଜ ବ୍ୟକ୍ତିଗତ ଜୀବନରେ ପର୍ଫେକ୍ଟ ନୁହନ୍ତି ବୋଲି କହିଛନ୍ତି |

tamirr

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପର୍ଫେକ୍ସନିଷ୍ଟ ଭାବେ ଜଣାଶୁଣା ଅଭିନେତା ଅମୀର ଖାନ ନିଜ ଚଳଚ୍ଚିତ୍ର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ପରଦାରେ ନିଜ ନିଖୁଣ ଅଭିନୟ ପାଇଁ କୋଟି କୋଟି ଦର୍ଶକଙ୍କ ମନ କିଣିଛନ୍ତି | କିନ୍ତୁ ପରଦାରେ ମିଷ୍ଟର ପର୍ଫେକ୍ଟ ଥିବା ଅମୀର ନିଜ ବ୍ୟକ୍ତିଗତ ଜୀବନରେ ପର୍ଫେକ୍ଟ ନୁହନ୍ତି ବୋଲି କହିଛନ୍ତି | ତାଙ୍କ ମଧ୍ୟରେ ଅନେକ ତ୍ରୁଟି ରହିଛି ବୋଲି ସେ କହିଛନ୍ତି। 

ନିକଟରେ ନାନା ପାଟେକରଙ୍କୁ ସାକ୍ଷାତକାର ଦେଇ ଅମୀର ତାଙ୍କର ଖରାପ ଅଭ୍ୟାସ ବିଷୟରେ କହିଥିଲେ । ତାଙ୍କ କହିବା ମୁତାବକ, 'ବର୍ତ୍ତମାନ ମୁଁ ମଦ୍ୟପାନ ବନ୍ଦ କରିଦେଇଛି । ପୂର୍ବରୁ ମୁଁ ମଦ୍ୟପାନ କରୁଥିଲି ଏବଂ ଯେତେବେଳେ ମୁଁ ମଦ ପିଇବା ଆରମ୍ଭ କରୁଥିଲି ରାତିସାରା ପିଉଥିଲି । ସମସ୍ୟା ହେଉଛି ମୁଁ ଜଣେ ଚରମପନ୍ଥୀ। ଯଦି ମୁଁ କିଛି କାର୍ଯ୍ୟ ଆରମ୍ଭ କରେ, ଏହାକୁ ବନ୍ଦ ନକରି କରିବା ଜାରି ରଖେ। ମୁଁ ମଦ ପିଇବା  ବେଳେ ଜାଣିଥିଲି ଯେ, ଏହା ଠିକ୍ ନୁହେଁ | ମୁଁ ଯାହା କରୁଛି ସମ୍ପର୍ଣ୍ଣ ଭୁଲ୍ କରୁଛି | କିନ୍ତୁ ମୁଁ ନିଜକୁ ଅଟକାଇ ପାରୁନଥିଲି। ବ୍ୟକ୍ତିଗତ ଜୀବନରେ ମୁଁ ବିଶୃଙ୍ଖଳିତ ହୋଇଥିଲେ ବି ବୃତ୍ତିଗତ ଜୀବନ ମୋର ବହୁତ ଶୃଙ୍ଖଳିତ | ଫିଲ୍ମ ପାଇଁ ସୁଟିଂ ସେଟରେ ମୁଁ ସବୁବେଳେ ଠିକ ଟାଇମରେ ପହଞ୍ଚେ |'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe