ଆମୀର ଖାନ୍‌ କରୋନା ଆକ୍ରାନ୍ତ, ସୋସିଆଲ୍‌ ମିଡିଆରେ ସୂଚନା ଦେଲେ ତାଙ୍କ ମୁଖପାତ୍ର

Advertisment
ଏହି କାରଣରୁ ଭଙ୍ଗାଯିବ ଆମୀର ଖାନଙ୍କ ଆପାର୍ଟମେଣ୍ଟ

Dhaka Tribune

ମୁମ୍ବାଇ: ନିକଟରେ ମହାମାରୀ କରୋନା ଭାଇରସର ଶିକାର ହୋଇଛନ୍ତି ବଲିଉଡ୍‌ ଅଭିନେତା ଆମୀର ଖାନ୍‌। ସେ କୋଭିଡ୍‌-୧୯ ଆକ୍ରାନ୍ତ ହେବା ପରେ ନିଜକୁ ଘ‌ରେ ପୃଥକ କରି ରଖିଛନ୍ତି। ଆମୀର କରୋନା ଭାଇରସ୍‌ର ଗାଇଡ୍‌ଲାଇନ୍‌ ମାନିବା ସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେମାନଙ୍କର କରୋନା ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି।

ଆମୀରଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଆମୀରଙ୍କ ମୁଖପାତ୍ର ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ଆମୀର ଖାନ କୋଭିଡ-୧୯ ପଜିଟିଭ୍ ହୋଇଛନ୍ତି। ସେ ଏବେ ଘରେ ରହି ସମସ୍ତ ପ୍ରୋଟୋକଲ୍ ଅନୁସରଣ କରୁଛନ୍ତି। ନିକଟ ଅତୀତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ସତର୍କତାମୂଳକ ପଦକ୍ଷେପ ଭାବେ ପରୀକ୍ଷା କରାଇନେବା ଉଚିତ। ଆପଣମାନଙ୍କ ଶୁଭେଚ୍ଛା ଏବଂ ଚିନ୍ତା ପାଇଁ ଧନ୍ୟବାଦ।’

ଏହାପୂର୍ବରୁ ରଣବୀର କପୁର, ମନୋଜ ବାଜପେୟୀ, ସିଦ୍ଧାନ୍ତ ଚତୁର୍ବେଦୀ, ତାରା ​​ସୁତରିଆ ଏବଂ ସତୀଶ ‌କୌଶିକ ଆଦି ଅଭିନେତାମାନେ କରୋନା ଆକ୍ରାନ୍ତ ହୋଇ ସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ନିଜ ଜନ୍ମଦିନର ଦିନକ ପରେ ଆମୀର ଖାନ୍‌ ସମସ୍ତ ସୋସିଆଲ୍‌ ମିଡିଆ ସାଇଟ୍‌ରୁ ବିଦାୟ ନେବା କଥା ଘୋଷଣା କରିିଥିଲେ। ତାଙ୍କ ସଂପର୍କିତ ସମସ୍ତ ତଥ୍ୟ ତାଙ୍କର ଅଫିସିଆଲ୍‌ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍ ଆମୀର ଖାନ୍‌ ପ୍ରଡକ୍ସନରେ ଉପଲବ୍ଧ ହେବ ବୋଲି ପ୍ରଶଂସକଙ୍କୁ ସୂଚୀତ କରାଇଥିଲେ। ସେ ନିଜ କାର୍ଯ୍ୟରେ ସଂପୂର୍ଣ୍ଣ ଧ୍ୟାନ ଦେବା ପାଇଁ‌ ସୋସିଆଲ୍‌ ମିଡିଆରୁ ନିଜକୁ ନିବୃତ କରୁଛନ୍ତି ବୋଲି ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe