‘ଲାଲ ସିଂ ଚଢ଼ା’ର ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ମନା କଲେ ଆମୀର !

Advertisment
‘ଲାଲ ସିଂ ଚଢ଼ା’ର ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ମନା କଲେ ଆମୀର !

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢ଼ା’ ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହୋଇଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୬୦କୋଟିରୁ କମ୍ ରୋଜଗାର କରିଥିଲା। ଫିଲ୍ମଟି ଅଗଷ୍ଟ ୧୧ରେ ରିଲିଜ୍ ହୋଇଥିବା ବେଳେ ଦିନ ଗଡ଼ିବ‌ା ସହ କମ ହେବାରେ ଲାଗିଥିଲା ଫିଲ୍ମର ବକ୍ସ ଅଫିସର ଆୟ। ଏବେ ଖବର ମିଳୁଛି ଯେ, ଲାଲ୍ ସିଂହ ଚଢ଼ାର ବିଫଳତାର ଦାୟିତ୍ବ ନେଇ ଅଭିନୟ ପାଇଁ ପାରିଶ୍ରମିକ ନେବାକୁ ମନା କରିଛନ୍ତି ଆମୀର ଖାନ୍। ଜାତୀୟ ଗଣମାଧ୍ୟମ ଆଜ୍ ତକରେ ଏହି ଖବର ପ୍ରକାଶ ପାଇଛି।

ଫିଲ୍ମ ଭଲ ବ୍ୟବସାୟ କରିନଥିବାରୁ ସମସ୍ତ କ୍ଷତିର ଦାୟିତ୍ବ ନେଇଛନ୍ତି ଆମୀର ଖାନ। ଏହା ସହ ଫିଲ୍ମରେ ଅଭିନୟ କରିବା ପାଇଁ ସେ ନେବାକୁ ଥିବା ପାରିଶ୍ରମିକ ମଧ୍ୟ ଛାଡ କରିଥିବା କୁହାଯାଉଛି। ଅମୀର ଖାନ ନିଷ୍ପତ୍ତି ନେଇଛନ୍ତି ଯେ, ସେ ‘ଲାଲ ସିଂ ଚଢ଼ା’ ପାଇଁ ପାରିଶ୍ରମିକ ନେବେ ନାହିଁ। ଏଭଳି କରିବା ଦ୍ୱାରା ସେ ନିର୍ମାତାମାନଙ୍କୁ କ୍ଷତିପୂରଣ ଦେଇପାରିବେ। କୁହାଯାଉଛି ଯେ ଯଦି ଆମୀର ତାଙ୍କ ପାରିଶ୍ରମିକ ନେବେ, ତେବେ ଭାୟାକମ୍ ୧୮ ଷ୍ଟୁଡିଓକୁ ପ୍ରାୟ ୧୦୦କୋଟିର କ୍ଷତି ସହିବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ଆମୀର ଆଗକୁ ଆସି ନିଜେ ସେହି କ୍ଷତି ସହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ହେବା ଦ୍ବାରା ଏବେ ନିର୍ମାତାମାନଙ୍କୁ ସେତେ ଅଧିକ କ୍ଷତି ସହିବାକୁ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe