ମୁମ୍ବାଇ: ଦୀର୍ଘ ଦିନର ବ୍ୟବଧାନ ପରେ ପରଦାରେ ଧମାଲ ମଚାଇବେ ମିଷ୍ଟର୍ ପର୍ଫେକ୍ସନିଷ୍ଟ୍। ପ୍ରାୟ ତିନି ବର୍ଷ ପରେ ପୁଣି ପରଦାକୁ ଫେରିଲେ ଅଭିନେତା ଅମୀର ଖାନ । ପୂର୍ବରୁ ୨୦୨୨ ରେ ତାଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା' ରିଲିଜ୍ ହୋଇଥିଲା ଯାହା ଫ୍ଲପ୍ ହୋଇଥିଲା । ବର୍ତ୍ତମାନ ସେ 'ସୀତାରେ ଜମିନ ପର' ସହ ପରଦାକୁ କମ୍ବ୍ୟାକ୍ କରିଛନ୍ତି।
କାହାଣୀ ଦୃଷ୍ଟିରୁ ଏଠାରେ କିଛି ନୂତନତା ନାହିଁ। ସୀତାରେ ଜମିନ୍ ପର ହେଉଛି ୨୦୧୮ର ସ୍ପାନିସ୍ ଚଳଚ୍ଚିତ୍ର, କ୍ୟାମ୍ପିଅନ୍ସ (ଚାମ୍ପିଅନ୍ସ)ର ଏକ ଅଫିସିଆଲ୍ ରିମେକ୍। ଏହି ଫିଲ୍ମ ଆର. ଏସ. ପ୍ରସନ୍ନଙ୍କ ନିର୍ଦ୍ଦେଶିତ ।
ଆରୁଷ ଦତ୍ତା, ଗୋପୀ କୃଷ୍ଣନ୍ ବର୍ମା, ବେଦାନ୍ତ ଶର୍ମା, ନମନ ମିଶ୍ର, ରିଷି ଶାହାଣୀ ଏବଂ ରିଷଭ ଜୈନ ଆଦି ଏଥିରେ ନିଜର ଚମତ୍କାର ଅଭିନୟ ପ୍ରଦଶର୍ନ କରିଛନ୍ତି। 'ସୀତାରେ ଜମିନ୍ ପର' ଅମିର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ଫିଲ୍ଲ ଟି ନିର୍ମିତ ହୋଇଛି । ଯେଉଁଥିରେ ଅମୀର ଖାନ ଏବଂ ଜେନେଲିଆ ଦେଶମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
ଅମିର ଖାନଙ୍କ ପୁରା ନାମ ହେଉଛି ମହମ୍ମଦ ଅମିର ହୁସେନ ଖାନ ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ସ୍କ୍ରିନ ଲେଖକ ଓ ସ୍ବଚ୍ଛାସେବୀ । ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜ କ୍ୟାରିୟରରେ ସେ ନିଜକୁ ଜଣେ ପ୍ରଖ୍ୟାତ, ପ୍ରତିପତ୍ତିଶାଳୀ ଏବଂ ପ୍ରଭାବଶାଳୀ କଳାକାର ରୂପେ ପ୍ରତିଷ୍ଠିତ କରାଇଛନ୍ତି । ସେ ୪ଟି ଜାତୀୟ ଫିଲ୍ମ ଆୱାର୍ଡ ଓ ୭ଟି ଫିଲ୍ମ ଫେୟାର ଆୱାର୍ଡ ଅର୍ଜନ କରିଛନ୍ତି । ୨୦୦୩ରେ ସେ ପଦ୍ମଶ୍ରୀ ଓ ୨୦୧୦ରେ ପଦ୍ମଭୂଷଣ ମଧ୍ୟ ପାଇଥିଲେ ।
Follow Us