ଅମୀର-କିରଣ ପୁଣି ଏକାଠି

Advertisment
ଅମୀର-କିରଣ ପୁଣି ଏକାଠି

ପ୍ରାୟ ଦଶ ବର୍ଷ ତଳେ ଅମୀର କିରଣଙ୍କୁ ସାଥିରେ ନେଇ ତିଆରି କରିଥିଲେ ହିନ୍ଦୀ ଚଳଚ୍ଚିତ୍ର ‘ଧୋବି ଘାଟ’। ୧୫ ବର୍ଷର ବୈବାହିକ ଜୀବନ ପରେ ୨୦୨୧ ଜୁଲାଇ ୩ ତାରିଖରେ ଅମୀର ଓ କିରଣ ପରସ୍ପରଙ୍କୁ ଛାଡ଼ପତ୍ର ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଏ ଦୁହିଁଙ୍କର ପୁଅଟିଏ ବି ଅଛି, ଯାହାର ନାଁ ଅଜାଦ ଖାନ୍। ଏବେ କିନ୍ତୁ ପୁଣି ବିସ୍ମୟ ଚକିତ ହେବାକୁ ପଡ଼ିଛି ଯେ ଅମୀରଙ୍କ ସିନେମାରେ ପୁଣି କିରଣ ସାମିଲ ହେଇଛନ୍ତି।

ବିପ୍ଳବ ଗୋସ୍ବାମୀଙ୍କ ରଚିତ ଏଇ ନୂଆ କାହାଣୀର ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ସ୍ନେହା ଦେଶାଇ। ‘କୁର୍ବାନ୍ ହୁଆ’ର ପ୍ରସିଦ୍ଧ ଅଭିନେତ୍ରୀ ପ୍ରତିଭା ରନ୍ତ ଏବଂ ପନ୍ଦର ବର୍ଷୀୟା ଅଭିନେତ୍ରୀ ନତାଂଶୀ ଗୋଏଲ ଏଇ ଚଳଚ୍ଚିତ୍ରରେ ଅଭିନୟ କରିବେ। ଚଳଚ୍ଚିତ୍ରର ସୁଟିଂ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ।

ସୂଚନା ଅନୁସାରେ ଏହି ଚଳଚ୍ଚିତ୍ରର ପ୍ରାୟ ଦୃଶ୍ୟ ମହାରାଷ୍ଟ୍ରରେ ହିଁ ସୁଟିଂ ହେବ। ଅମିତାଭ ଭଟ୍ଟାଚାର୍ଯ୍ୟ ଏଇ ଚଳଚ୍ଚିତ୍ରର ଗୀତ ରଚନା କରିଥିବା ବେଳେ ରାମ ସମ୍ପଥ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେବେ। ୨୦୧୦ରେ ‘ପିପଲି ଲାଇଭ୍’, ୨୦୧୧ରେ ‘ଧୋବି ଘାଟ’ ଓ ‘ଦିଲ୍ଲୀ ବେଲ୍ଲି’, ୨୦୧୨ରେ ‘ତଲାସ’, ୨୦୧୬ରେ ‘ଦଙ୍ଗଲ୍‌’, ୨୦୧୭ରେ ‘ସିକ୍ରେଟ୍ ସୁପରଷ୍ଟାର’ ଏବଂ ୨୦୧୯ରେ ‘ରୁବାରୁ ରୋଶନି’ ଭଳି ଚଳଚ୍ଚିତ୍ରର ପ୍ରଯୋଜନା କରିଥିବା କିରଣ ପ୍ରଥମେ ‘ଲଗାନ୍’ ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶିକା ଭାବେ କାମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe