ଅକ୍ଷୟ କୁମାର ନୁହନ୍ତି ଏହି ସୁପରଷ୍ଟାର୍‌ ବନିବେ ଗୁଲଶନ୍‌ କୁମାର

Advertisment
ଅକ୍ଷୟ କୁମାର ନୁହନ୍ତି ଏହି ସୁପରଷ୍ଟାର୍‌ ବନିବେ ଗୁଲଶନ୍‌ କୁମାର

ମୁମ୍ବାଇ: ମ୍ୟୁଜିକ୍‌ କଂପାନି ଟି ସିରିଜ୍‌ର ପ୍ରତିଷ୍ଠାତା ଗୁଲଶନ୍‌ କୁମାରଙ୍କ ଉପରେ ଆଧାରିତ ଏକ ସିନେମା ନିର୍ମିତ ହେଉଛି । ଏହାର ଟାଇଟଲ ରହିଛି ‘ମୁଗଲ୍‌’।  ଏହାର ପ୍ରଯୋଜନା କରୁଛନ୍ତି ଅମୀର୍‌ ଖାନ୍‌। ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ ଏହି ସିନେମାରେ ଅକ୍ଷୟ କୁମାର ଅଭିନୟ କରିବେ ହେଲେ ଏବେ ଜଣାଯାଇଛି ଯେ ନିଜେ ଅମୀର୍‌ ହିଁ  ମ୍ୟୁଜିକ୍‌ କଂପାନି ଟି ସିରିଜ୍‌ର ପ୍ରତିଷ୍ଠାତା ଗୁଲଶନ୍‌ କୁମାରଙ୍କ ଭୂମିକା ନିଭାଇବେ। ଗୁଲଶନ୍‌ କୁମାର ନିଜର  ଏକ କ୍ୟାସେଟ୍‌ ଦୋକାନ ଖୋଲିଲେ। ସେଠାରେ ସେ ଖୁବ୍‌ କମ୍‌ ମୂଲ୍ୟରେ କ୍ୟାସେଟ୍‌ ବିକ୍ରି କରିଲେ। ଏଥିରେ ଭଲ ଲାଭ ମିଳିବା ପରେ ଗୁଲଶନ୍‌ କୁମାର ନୋଏଡାରେ ଟି ସିରିଜ୍‌ ନାଆଁରେ ଏକ କଂପାନି ଖୋଲିଲେ।

publive-image

ଏହାପରେ ଗୁଲଶନ୍‌ କୁମାର ମୁମ୍ବାଇ ଚାଲି ଆସିଥିଲେ। ଗୁଲଶନ୍‌ କୁମାର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ପ୍ରାୟ ୧୦ ବର୍ଷ ଯାଏଁ ରାଜ୍‌ କରିଥିଲେ। ସେ କୋଟିପତି ବନି ଯାଇଥିଲେ। ଖାଲି ସେତିକି ନୁହେଁ , ଗୁଲଶନ୍‌ କୁମାର ସୋନୁ ନିଗମ୍‌, ଅନୁରାଧା ପଡ଼ଓ୍ଵାଲ୍‌, କୁମାର ସାନୁ ଓ ଉଦିତ ନାରାୟଣଙ୍କ ଭଳି କଣ୍ଠଶିଳ୍ପୀମାନଙ୍କୁ ମଧ୍ୟ ଲଞ୍ଚ କରିଥିଲେ।ସେ ୧୯୯୭ ମସିହାରେ ଅଜ୍ଞାତ ଅପରାଧୀଙ୍କ ଦ୍ୱାରା ନିହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe