Business Upturn
ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର୍ ଖାନଙ୍କ ପୁଅ ଜୁନୈଦ ଖାନଙ୍କୁ ଫିଲ୍ମ ମିଳୁନି। କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ ଏହି ଷ୍ଟାର୍-କିଡ୍ ଖୁବ୍ଶୀଘ୍ର ମାଲାୟାଲମ୍ ଚଳଚ୍ଚିତ୍ର ‘ଇସ୍କ’ର ହିନ୍ଦୀ ରିମେକ୍ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିବେ। ଚଳଚ୍ଚିତ୍ରର ପ୍ରଯୋଜନା ଭାର ନିରଜ ପାଣ୍ଡେ ନିଜ ହାତକୁ ନେଇଛନ୍ତି। କିନ୍ତୁ ଏବେ ପ୍ରକୃତ କଥା ଏବେ ସାମନାକୁ ଆସିଛି।
ସୂତ୍ରରୁ ଜଣାପଡ଼ିଛି ଯେ ଜୁନୈଦ ଏହି ଚଳଚ୍ଚିତ୍ର ପାଇଁ ଅଡିସନ୍ ଦେଇଥିଲେ, ହେଲେ ସେ ମନୋନୀତ ହୋଇପାରିନାହାନ୍ତି। ଏଣୁ ତାଙ୍କୁ ଚଳଚ୍ଚିତ୍ରରେ ସ୍ଥାନ ମିଳି ନଥିଲା। ଆଉ ମଧ୍ୟ ଜାଣିବାକୁ ମିଳିଛି ଯେ ଥିଏଟର୍ରେ ଆକ୍ଟିଂ କରି ସେ ଗତ କିଛି ସମୟ ହେଲା ଚଳଚ୍ଚିତ୍ର ପାଇଁ ଅଡିସନ୍ ଦେଉଛନ୍ତି। ଆମିର୍ କୌଣସି ପ୍ରକାରେ ଜୁନୈଦଙ୍କୁ ସାହାଯ୍ୟ କରିବେ ନାହିଁ ଓ ଜୁନୈଦ୍ଙ୍କୁ ନିଜ ଦକ୍ଷତାରେ ବଲିଉଡ୍ରେ ଡେବ୍ୟୁ କରିବାକୁ ପଡ଼ିବ ବୋଲି ସେ ଏକପ୍ରକାର ସ୍ପଷ୍ଟ କରି ଦେଇଛନ୍ତି।
ପ୍ରକାଶଯୋଗ୍ୟ, ଜୁନୈଦ ଟିଭି ସୋ’ ମାଷ୍ଟରମାଇଣ୍ଡର ସଦସ୍ୟ ରହିସାରିଛନ୍ତି। ସେ ରାଜକୁମାର ହିରାନୀଙ୍କ ସହ ଚିଳଚ୍ଚିତ୍ର ‘ପିକେ’ରେ ମଧ୍ୟ ସହକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ।
Follow Us