ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ପତ୍ନୀଙ୍କ ସହ ନଜର ଆସିଲେ ଅଭିଷେକ

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ବର୍ଯ୍ୟା ଓ ଅଭିଷେକ ଏକାଠି ଝିଅର ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଇଥିବା ଦେଖାଯାଇଛି। ଏକାଠି ବସି ଝିଅର ନାଟକ ଦେଖିବା ସହ ଝିଅ ସହ ଏକାଠି ଗୋଟାଏ କାରରେ ସେମାନେ ଫେରିଥିବା ସାମ୍ନାକୁ ଆସିଛି।

tabhisekkk

ମୁମ୍ବାଇ: ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ କିଛି ମାସ ହେବ ଚର୍ଚ୍ଚା ଜୋର ଧରିଥିଲା। ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଥିଲେ। କିଛି ଦିନ ତଳେ ଅଭି‌ଷେକ ଝିଅ ଆରାଧ୍ୟାକୁ ଜନ୍ମଦିନରେ ଶୁଭେଚ୍ଛା ନଦେଇ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲେ। ଏହା ସହ ଦୁହେଁ କୌଣସି ପାର୍ଟିକୁ ଏକାଠି ଯାଉନଥିବାରୁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ଲୋକେ ଚର୍ଚ୍ଚା କରିଥିଲେ।

କିଛି ମାସ ହେଲାଣି ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ଏବେ ଐଶ୍ବର୍ଯ୍ୟା ଓ ଅଭିଷେକ ଏକାଠି ଝିଅର ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମକୁ ଯାଇଥିବା ଦେଖାଯାଇଛି। ଆରାଧ୍ୟା ଏବେ ଧୀରୁଭାଇ ଅମ୍ବାନୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ସ୍କୁଲରେ ଆୟୋଜିତ ବାର୍ଷିକ କାର୍ଯ୍ୟକ୍ରମରେ ଆରାଧ୍ୟା ଏକ ନାଟକରେ ଭାଗ ନେଇଥିବା ବେଳେ ଏହାକୁ ଦେଖିବାକୁ ଉଭୟ ଐଶ୍ବର୍ଯ୍ୟ ଓ ଅଭିଷେକ ପହଞ୍ଚିଥିଲେ। ଦୁହେଁ ପାଖାପାଖି ବସିବା ସହ ଏକାଠି ଘରକୁ ଯାଇଥିଲେ। କାର୍ଯ୍ୟକ୍ରମ ପାଇଁ ଭିତରକୁ ଯିବା ବେଳେ ଐଶ୍ବର୍ଯ୍ୟଙ୍କ ଓଢ଼ଣୀ ତଳେ ଘୁଷୁଡୁଥିବା ଦେଖି ଅଭିଷେକ ଏହାକୁ ନିଜ ହାତରେ ଉଠାଇ ନେଇଥିଲେ। ଏସବୁ ଦେଖି ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ହେଉଥିବା ଚର୍ଚ୍ଚା ଏବେ ଥମିଛି। 

ଏହା ପୂର୍ବରୁ ଐଶ୍ବର୍ଯ୍ୟା ଓ ଅଭିଷେକ ଏକାଠି ପାର୍ଟିକୁ ଯିବା ସହ ଫଟୋ ଉଠାଇଥିବ‌ା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe