ବଚ୍ଚନ ପରିବାରରେ ଧୁମ୍‌ଧାମ୍‌ରେ ପାଳନ ହେଲା ଘରର କନିଷ୍ଠ ସଦସ୍ୟା ଆରାଧ୍ୟାଙ୍କ ଜନ୍ମଦିନ

Advertisment
ବଚ୍ଚନ ପରିବାରରେ ଧୁମ୍‌ଧାମ୍‌ରେ ପାଳନ ହେଲା ଘରର କନିଷ୍ଠ ସଦସ୍ୟା ଆରାଧ୍ୟାଙ୍କ ଜନ୍ମଦିନ

(Photo Credits: Instagram)

ମୁମ୍ବାଇ: ବଚ୍ଚନ ପରିବାର ତାଙ୍କ ଘରର ସବୁଠାରୁ କନିଷ୍ଠ ସଦସ୍ୟା ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ ନ‌ଭେମ୍ବର ୧୬ରେ ପାଳନ କରିଛନ୍ତି। ଆରାଧ୍ୟାଙ୍କୁ ୟା ଭିତରେ ୮ ବର୍ଷ ହୋଇଗଲାଣି। ଝିଅର ଜନ୍ମଦିନ ପାଳିବାକୁ ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏକ ଗ୍ରାଣ୍ଡ୍‌ ପାର୍ଟିର ଅୟୋଜନ କରିଥିଲେ। ଏହି ପାର୍ଟିରେ ଜେଜେବାପା ଅମିତାଭ ବଚ୍ଚନ, ଜେଜେମାଆ ଜୟା ବଚ୍ଚଚ, ପିଉସୀ ଶ୍ବେତା, ବାପା ଅଭିଷେକ ଓ ମାଆ ଐଶ୍ବର୍ଯ୍ୟା ଆଦି ସମସ୍ତେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛନ୍ତି।

ପରିବାର ସଦସ୍ୟଙ୍କ ବ୍ୟତୀତ ବଲିଉଡ୍‌ର ବହୁ ନାମୀ ଦାମୀ କଳାକାର ମଧ୍ୟ ସାମିଲ୍‌ ହୋଇଥିଲେ ବଚ୍ଚନ ପରିବାର ଏହି ଗ୍ରାଣ୍ଡ୍‌ ପାର୍ଟିରେ। ବଲିଉଡ୍‌ କଳାକାରମାନଙ୍କ ସହ ସେମାନଙ୍କ ପିଲାମାନେ ମଧ୍ୟ ପାର୍ଟିରେ ଉପସ୍ଥିତ ରହି ଆରାଧ୍ୟାଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଇଛନ୍ତିି।

ଶାହାରୁଖ ଓ ଗୌରୀ ଖାନ୍ ତାଙ୍କ ପୁଅ ଆବ୍ରାହମଙ୍କ ସହ ଯାଇଥିବା ବେଳେ ନିଜ ପୁଅ ରିଆନ ଏବଂ ରାୟ୍ୟାଲ୍‌ଙ୍କୁ ନେଇ ପାର୍ଟିରେ ପହଞ୍ଚିଥିଲେ ରିତେଶ ଦେଶମୁଖ ଓ ଜେନେଲିଆ ଡିସୌଜା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe