ହିମାଚଳରେ ବିଧାନସଭା ନିର୍ବାଚନ ଜିତିଲେ ସଲମାନଙ୍କ ଭଉଣୀଙ୍କ ଶଶୁର

Advertisment
ହିମାଚଳରେ ବିଧାନସଭା ନିର୍ବାଚନ ଜିତିଲେ ସଲମାନଙ୍କ ଭଉଣୀଙ୍କ ଶଶୁର

ନୂଆଦିଲ୍ଲୀ: ପୂର୍ବତନ ଟେଲିକମ୍ ମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିବଂଗତ ପଣ୍ଡିତ ସୁଖରାମ ଶର୍ମାଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଅନିଲ ଶର୍ମା ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ବିପୁଳ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ଖୁସିର ଅବସରରେ ଅନିଲ ଶର୍ମାଙ୍କୁ ଏବେ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ଅନିଲ ଶର୍ମାଙ୍କ ପୁଅ ତଥା ବଲିଉଡ ଅଭିନେତା ଆୟୁଷ ଶର୍ମା ମଧ୍ୟ ତାଙ୍କ ବାପାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆୟୁଷ ଶର୍ମା ହେଉଛନ୍ତି ବଲିଉଡର ଦବଙ୍ଗ ଖାନ୍ ସଲମାନଙ୍କ ଭିଣୋଇ। ସଲମାନଙ୍କ ଭଉଣୀ ଅର୍ପିତା ଆୟୁଷଙ୍କୁ ବିବାହ କରିଛନ୍ତି। ତେବେ ଆଜି ଭଉଣୀଙ୍କ ଶଶୁର ଜିତିଥିବାରୁ ଖାନ୍ ପରିବାର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ହିମାଚଳ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀ ଅନିଲ ଶର୍ମା କଂଗ୍ରେସର ଚମ୍ପା ଠାକୁରଙ୍କୁ ପ୍ରାୟ ୧୦,୦୦୬ ଭୋଟରେ ହରାଇଛନ୍ତି। ବାପାଙ୍କୁ ଶୁଭେଚ୍ଛା ଜଣାଇ ଆୟୁଷ ଲେଖିଛନ୍ତି, ପାରିବାରିକ ପରମ୍ପରାର ଧାରା ବଞ୍ଚି ରହେ। ବାପାଙ୍କୁ ଅଭିନନ୍ଦନ ଏବଂ ଆମ ପରିବାର ଉପରେ ବିଶ୍ୱାସ ରଖିଥିବାରୁ ମଣ୍ଡିର ସମସ୍ତ ଭୋଟରଙ୍କୁ ଧନ୍ୟବାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe