କଠିନ ସମୟରେ ଆମେ ସମସ୍ତେ ସାଙ୍ଗରେ ଅଛୁ: ସଲ୍‌ମାନଙ୍କ ଘର ଆଗରେ ଗୁଳିକାଣ୍ଡ ପରେ କହିଲେ ଆୟୁଷ

Advertisment
କଠିନ ସମୟରେ ଆମେ ସମସ୍ତେ ସାଙ୍ଗରେ ଅଛୁ: ସଲ୍‌ମାନଙ୍କ ଘର ଆଗରେ ଗୁଳିକାଣ୍ଡ ପରେ କହିଲେ ଆୟୁଷ

ମୁମ୍ବାଇ: ସଲମାନ ଖାନଙ୍କ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମା 'ଟାଇଗର' 'ଅଭିନେତାଙ୍କ ଘର ବାହାରେ ଗୁଳି ବିନିମୟ ଘଟଣାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏପ୍ରିଲ୍ ୧୪ ତାରିଖରେ, ମୁମ୍ବାଇର ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ବ୍ୟକ୍ତି ଗୁଳି ଚଳାଇଥିଲେ। ଆୟୁଷ କହିଛନ୍ତି ଯେ ଯଦିଓ ସଲମାନ ଏବଂ ତାଙ୍କ ପରିବାର ପାଇଁ ଏହା 'କଠିନ ସମୟ’ ତଥାପି ସେମାନେ ସମସ୍ତେ ଏକାଠି ରହିଛନ୍ତି।

ଆୟୁଷ ଏଏନ୍‌ଆଇକୁ କହିଛନ୍ତି, "ଆମେ ସମସ୍ତେ ପରିବାର। ଏହା ଆମ ପାଇଁ ଏକ କଠିନ ସମୟ। ଏବଂ ଆମେ ସମସ୍ତେ ଏକ ପରିବାର ଭାବରେ ଏକାଠି ଠିଆ ହୋଇଛୁ।’’

ପରବର୍ତ୍ତୀ ସମୟରେ 'ରୁସଲାନ' ସିନେମାରେ ନଜର ଆସିବାକୁ ଥିବା ଏହି ଅଭିନେତା ମୁମ୍ବାଇ ପୁଲିସ୍‌ର ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଛନ୍ତି। ଆୟୁଷ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିଛନ୍ତି।

ଏହି ସମୟରେ ସେ ସଲମାନଙ୍କ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଯେଉଁମାନେ ଗୁଳି ବିନିମୟ ପରେ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆୟୁଷ କହିଛନ୍ତି, "ମୁଁ କେବଳ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ସେମାନଙ୍କର ଭଲପାଇବା ଜଣାଇଛନ୍ତି।  ଆପଣ ସମସ୍ତେ ଜାଣନ୍ତି, ସେ (ସଲମାନ ଖାନ) କାମକୁ ଫେରିଛନ୍ତି, ମୁଁ ମଧ୍ୟ।"

ନିକଟରେ ସଲମାନ ଖାନ ଏକ କରାଟେ ଇଭେଣ୍ଟ୍‌ରେ ଯୋଗ ଦେବାକୁ ଦୁବାଇ ଯାଇଥିଲେ। କରାଟେ ଇଭେଣ୍ଟରୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଗୋଟିଏ ଭିଡିଓରେ ଅଭିନେତା ସଞ୍ଜୟ ଦତ୍ତଙ୍କ ପୁଅ ଶାହରାନ ଦତ୍ତଙ୍କୁ ଜଣେ ଖେଳାଳିଙ୍କ ସହ ପରିଚିତ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe