ଏ ବୟସରେ ଝଗଡ଼ା ହେବା ସାଧାରଣ, ଗୋଟିଏ ଆଲିଙ୍ଗନ ସବୁ ରାଗ ଶେଷ କରିଦେବ: ଷ୍ଟାନ-ଅବଦୁଙ୍କ ଝଗଡ଼ାକୁ ନେଇ ସାଜିଦଙ୍କ ବୟାନ

Advertisment
ଏ ବୟସରେ ଝଗଡ଼ା ହେବା ସାଧାରଣ, ଗୋଟିଏ ଆଲିଙ୍ଗନ ସବୁ ରାଗ ଶେଷ କରିଦେବ: ଷ୍ଟାନ-ଅବଦୁଙ୍କ ଝଗଡ଼ାକୁ ନେଇ ସାଜିଦଙ୍କ ବୟାନ

indiatvnews

ମୁମ୍ବାଇ: ରାପର ଏମସି ଷ୍ଟାନ ଓ ତାଜିକିସ୍ତାନୀ କଣ୍ଠଶିଳ୍ପୀ ଅବଦୁ ରୋଜେକଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଦୁହିଁଙ୍କ ମଧ୍ୟରେ ସବୁ ଠିକ ହୋଇଯାଇଛି ବୋଲି କହିଥିଲେ ତାଙ୍କ ବନ୍ଧୁ ତଥା ବିଗ୍ ବସ୍ -୧୬ପ୍ରତିଯୋଗୀ ଶିବ ଠାକରେ। ହେଲେ ପରେ ଦୁହିଁଙ୍କ ବିବାଦ ଶେଷ ହୋଇନଥିବା ଜଣାପଡ଼ିଥିଲା। ଅବଦୁ ବିବାଦ ଆରମ୍ଭ ହେବା ପଛର କାରଣ କହିବା ସହ ଷ୍ଟାନ ତାଙ୍କ ସହ କ’ଣ ସବୁ କରିଛନ୍ତି, ତାହା ଜଣାଇଥିଲେ।

ଦୁହିଁଙ୍କ ବିବାଦକୁ ନେଇ ଏବେ ନୂଆ ଅପଡେଟ ଦେଇଛନ୍ତି ବଲିଉଡ ନିର୍ଦ୍ଦେଶକ ସାଜିଦ୍ ଖାନ୍। ସେ କହିଛନ୍ତି ଯେ, “ମୁଁ ଅନୁଭବ କରୁଛି ସେମାନେ ବହୁତ ଛୋଟ। ସେମାନଙ୍କ ବୟସ ଦେଖନ୍ତୁ ଷ୍ଟାନ୍ ୨୩ ବର୍ଷର ଏବଂ ଅବଦୁ ୧୯ ବର୍ଷର। ଏବୟସରେ ସାଙ୍ଗମାନେ ସାଧାରଣତଃ ପରସ୍ପର ସହିତ ଝଗଡା କରନ୍ତି ଏବଂ ଏହା ବହୁତ ସାଧାରଣ ଅଟେ। ଏହା ଏକ ବଡ କଥା ନୁହେଁ। ମୁଁ ନିଶ୍ଚିତ ଯେ ଅବଦୁ ମୁମ୍ବାଇକୁ ଫେରିବା ପରେ ଆମେ ସମସ୍ତେ ଏକାଠି ବସି ଖାଇବୁ। ପୂର୍ବ ଭଳି ସବୁ ସ୍ୱାଭାବିକ କରିବା ପାଇଁ କେବଳ ଗୋଟିଏ ଆଲିଙ୍ଗନ ଆବଶ୍ୟକ। ମୁଁ ଅନୁଭବ କରୁଛି ସେମାନେ ଫୋନରେ କଥା ହୋଇସାରିଛନ୍ତି। ମୁଁ ଭାବୁଛି ଟିଆରପି ପାଇଁ ଦୁହିଁଙ୍କ ଝଗଡ଼ାକୁ ଅତିରଞ୍ଜିତ କରି ଦେଖାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe