ବିଗ୍ ବସ୍ ଫାଇନାଲ‌ରେ ମା’ଙ୍କ ସହ ସେଲଫି ନେଲିନି ବୋଲି ମୋ ଗାଡି ଭାଙ୍ଗିବା ସହ ମିଛ ପ୍ରଚାର କରୁଛନ୍ତି ଷ୍ଟାନ: ଅବଦୁ

ବିଗ୍ ବସ୍ ଫାଇନାଲ‌ରେ ମା’ଙ୍କ ସହ ସେଲଫି ନେଲିନି ବୋଲି ମୋ ଗାଡି ଭାଙ୍ଗିବା ସହ ମିଛ ପ୍ରଚାର କରୁଛନ୍ତି ଷ୍ଟାନ: ଅବଦୁ

ମୁମ୍ବାଇ: ରାପର ଏମସି ଷ୍ଟାନ ଓ ତାଜିକିସ୍ତାନୀ କଣ୍ଠଶିଳ୍ପୀ ଅବଦୁ ରୋଜେକଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଦୁହିଁଙ୍କ ମଧ୍ୟରେ ସବୁ ଠିକ ହୋଇଯାଇଛି ବୋଲି କହିଥିଲେ ତାଙ୍କ ବନ୍ଧୁ ତଥା ବିଗ୍ ବସ୍ -୧୬ପ୍ରତିଯୋଗୀ ଶିବ ଠାକରେ। ହେଲେ ଏବେ ଦୁହିଁଙ୍କ ବିବାଦ ଶେଷ ହୋଇନଥିବା ଜଣାପଡ଼ିଛି। ଅବଦୁ ବିବାଦ ଆରମ୍ଭ ହେବା ପଛର କାରଣ କହିବା ସହ ଷ୍ଟାନ ତାଙ୍କ ସହ କ’ଣ ସବୁ କରିଛନ୍ତି, ତାହା ଜଣାଇଛନ୍ତି।

ଅବଦୁ ରୋଜେକଙ୍କ ଟିମ୍ ପକ୍ଷରୁ ପୂରା ଘଟଣା ବିଷୟରେ କୁହାଯାଇଛି। ଟ୍ବିଟର ମାଧ୍ୟମରେ ଅବଦୁଙ୍କ ଟିମ୍ କହିଛି ଯେ, ଏମସି ଷ୍ଟାନ୍ ହଠାତ୍ ଅବଦୁଙ୍କ ସହ କଥା ହେବା ବନ୍ଦ କରିଦେଇଥିଲେ। ଅବଦୁ ଏହାର କାରଣ ପଚାରିଥିଲେ ବି ସେ ଆଜି ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇନାହାଁନ୍ତି। ମାର୍ଚ୍ଚ ୧୧ରେ ଉଭୟ କଣ୍ଠଶିଳ୍ପୀ ଅବଦୁ ଏବଂ ରାପର ଷ୍ଟାନ ବେଙ୍ଗାଲୁରୁରେ ଥିଲେ। ଷ୍ଟାନଙ୍କ ସୋ’ ଥିବା ଜାଣି ଅବଦୁ ସେଠାକୁ ଯିବାକୁ ଚାହିଁଥିଲେ। ହେଲେ ଷ୍ଟାନଙ୍କ ମ୍ୟାନେଜର ଅବଦୁଙ୍କୁ ଆସିବାକୁ ମନା କରିଥିଲେ। ଅବଦୁ ସୋ’କୁ ଆସନ୍ତୁ ବୋଲି ଷ୍ଟାନ ଚାହୁଁନଥିବା ତାଙ୍କ ମ୍ୟ‌ାନେଜର କହିଥିଲେ। ଏହା ଶୁଣି ଅବଦୁ ଟିକେଟ କିଣି ଷ୍ଟାନଙ୍କ ସୋ’କୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ଜାଣି ଷ୍ଟାନଙ୍କ ଟିମ୍ ଅବଦୁଙ୍କ ଗାଡ଼ି ଭାଙ୍ଗିବା ସହ ତାଙ୍କୁ ଗାଳି କରିଥିଲେ। ଏହାର କାରଣ ଜାଣିବା ପାଇଁ ଅବଦୁ ନିଜ ମଣ୍ଡଲୀର ବନ୍ଧୁମାନଙ୍କୁ ଯୋଗାଯୋଗ କରିବା ପରେ ବିଗ୍ ବସ୍-୧୬ ଫାଇନାଲରେ ଅବଦୁ, ଷ୍ଟାନଙ୍କ ମା’ଙ୍କ ସହ ସେଲଫି ନେବାକୁ ମନା କରିଥିବାରୁ ସେ ଏଭଳି କରୁଥିବା ଜାଣିବାକୁ ପାଇଥିଲେ। ହେଲେ ଅବଦୁଙ୍କ ମୁତାବକ, ଘରୁ ବାହାରକୁ ଆସିବା ପରେ ‌ସେ ପ୍ରଥମେ ଷ୍ଟାନଙ୍କ ମା’ଙ୍କ ସହ କଥା ହୋଇ ତାଙ୍କ ପୁଅର ହାଲଚାଲ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe