ମୋତେ ଗୀତ ପାଇଁ ଶ୍ରେୟ ଦରକାର ନାହିଁ; ବଦଳିଲା ଅଭିଜିତଙ୍କ ସ୍ବର

ଗାୟକ ଦୁଆ ଲିପା ଶନିବାର ମୁମ୍ବାଇରେ ଏକ ଲାଇଭ୍ କନସର୍ଟ କରିଥିଲେ। ଏହି କନସର୍ଟକୁ ନେଇ ପୂର୍ବରୁ ବହୁତ ଚର୍ଚ୍ଚା ହୋଇଥିଲା। ଏବେ ଏହି କନସର୍ଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଅଭିଜିତ୍ ଭଟ୍ଟାଚାର୍ଯ୍ୟ।

erw

ମୁମ୍ବାଇ: ଗାୟକ ଦୁଆ ଲିପା ଶନିବାର ମୁମ୍ବାଇରେ ଏକ ଲାଇଭ୍ କନସର୍ଟ କରିଥିଲେ। ଏହି କନସର୍ଟକୁ ନେଇ ପୂର୍ବରୁ ବହୁତ ଚର୍ଚ୍ଚା ହୋଇଥିଲା। କିନ୍ତୁ କନସର୍ଟରେ ଯେତେବେଳେ ଦୁଆ 'ଲେଭିଟେଟିଙ୍ଗ' ଓ 'ୱ ଲଡକି ଜୋ' ଗୀତର ମାସ୍ଅପ ଗାଇଥିଲେ ସେତେବେଳେ ଉପସ୍ଥିତ ଲୋକେ ଖୁସିରେ ଝୁମି ଉଠିଥିଲେ। ଏହା କନସର୍ଟର ସବୁଠୁ ସ୍ମରଣୀୟ ମୂହୁର୍ତ୍ତ ଥିଲା। ଦୁଆଙ୍କ କନସର୍ଟ ପରେ ଏବେ ଶାହରୁକଙ୍କ ଅଭିନୀତ 'ୱ ଲଡକି ଜୋ' ଗୀତକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ହେଲେ ଏହି ଗୀତଟିକୁ ଗାଇଥିବା ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ଚର୍ଚ୍ଚା କେହି କରୁନଥିବାରୁ ତାଙ୍କ ପୁଅ ଆପତ୍ତି ଉଠାଇଥିଲେ। ଏବେ ଆମକୁ ଶ୍ରେୟ ଦରକାର ନାହିଁ ବୋଲି କହିଛନ୍ତି ଅଭିଜିତ୍।

ଏକ ସାକ୍ଷାତକାରରେ ସେ କହିଛନ୍ତି, “ଯେତେବେଳେ ଦୁଆ ଲିପା ପ୍ରଦର୍ଶନ କରୁଥିଲେ, ସେତେବେଳେ ସେ ଏହି ଗୀତଟିକୁ ଗାଉଥିଲେ କି? ସେ ଗୀତରେ ନାଚୁଥିଲେ କି? ଷ୍ଟାଡିୟମରେ ଲୋକମାନେ ଏକ ଶବ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦୁଆ ଜାଣନ୍ତି ନାହିଁ ଯେ, ଗୀତର ଗାୟକ ଅଲଗା, ଗୀତରେ ଅଭିନୟ କରୁଥିବା ବ୍ୟକ୍ତି ଅଲଗା, ନୃତ୍ୟଶିଳ୍ପୀ ଅଲଗା, ଗୀତର ଲେଖକ ଅଲଗା ଏବଂ ନିର୍ମାତା ଅଲଗା। ମୁଁ ଶାହରୁଖଙ୍କ ପ୍ରଶଂସକ ଏବଂ ସେ ମୋର। କିଛି ଲୋକ ଗୀତ ପାଇଁ ତାଙ୍କୁ ଶ୍ରେୟ ଦେଉଛନ୍ତି ଏବଂ କିଛି ମୋତେ ଶ୍ରେୟ ମିଳିବା ଉଚିତ୍ ବୋଲି ଦାବି କରୁଛନ୍ତି। ଲୋକେ ନିଜ ନିଜ ଭିତରେ ଝଗଡ଼ା କରୁଛନ୍ତି। କିଛି ତାଙ୍କର ପ୍ରଶଂସକ ଏବଂ କିଛି ମୋର। ଆମକୁ ଏଥିରୁ କିଛି ଫରକ ପଡ଼ୁନାହିଁ। ଗୀତଟିକୁ ଏ‌ତେ ଭଲପାଇବା ମିଳୁଛି ବୋଲି ମୁଁ ଖୁସି। ଆମକୁ ଶ୍ରେୟ ମିଳୁଛି କି ନାହିଁ, କିଛି ଫରକ ପଡ଼ୁନାହିଁ।"

ହେଲେ ଏହା ପୂର୍ବରୁ ଅଭିଜିତଙ୍କ ପୁଅ ଜୟ ଶ୍ରେୟ ନମିଳିବାରୁ ଅସନ୍ତୋଷ ବ୍ୟକ୍ତ କରି ଇନଷ୍ଟାରେ ଏକ ପୋଷ୍ଟ କରିଥିଲେ, ଯାହାକୁ ସମର୍ଥନ କରି ସେୟାର କରିଥିଲେ ଅଭିଜିତ୍। ଜୟ ଲେଖିଥିଲେ ‌ଯେ,  “ସମସ୍ୟା ହେଉଛି ଯେ ଏହା ବିଷୟରେ କେହି ଆଲୋଚନା କରୁ ନାହାନ୍ତି। ଦୁର୍ଭାଗ୍ୟବଶତଃ, ଆମେ ଏପରି ଏକ ଦେଶରେ ବାସ କରୁଛୁ ଯେଉଁଠି ନ୍ୟୁଜ୍ ଆଉଟଲେଟ୍ କିମ୍ବା ଇନଷ୍ଟାଗ୍ରାମ ପୃଷ୍ଠାରେ ଗୀତକୁ କିଏ ଗାଇଛି ତାହା ଲେଖାଯାଉନାହିଁ। କାହିଁକି ସବୁବେଳେ ଦେଶରେ ଅଭିନେତା ବା ଅଭିନେତ୍ରୀମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଆସୁଛି। ମୁଁ ନିଶ୍ଚିତ ଯେ ଦୁଅ‌ା ଲିପା ଯେତେବେଳେ ଏହି ଗୀତ ଶୁଣିଥିବେ ସେ ଜାଣିବାକୁ ବି ଚେଷ୍ଟା କରିନଥିବେ ‌ଯେ, ଏହି ଗୀତକୁ କିଏ ଗାଇଛି। ଆଉ ହଁ ଶାହରୁଖ ଏହି ଗୀତ ଗାଇନାହାନ୍ତି। ଏହାକୁ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ଗାଇଛନ୍ତି। ଏଠାରେ ଗାୟକମାନଙ୍କ ଉଚିତ୍ ସମ୍ମାନ ମିଳେନାହିଁ ଆଉ ଲୋକେ ମୋତେ ପଚାରନ୍ତି ମୁଁ ବଲିଉଡରେ ଗୀତ କାହିଁକି ଗାଇବାକୁ ଚେଷ୍ଟା କରୁ ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe