ଉଦିତଙ୍କର କୌଣସି ଭୁଲ ନାହିଁ ; ମହିଳାଙ୍କୁ ଚୁମ୍ବନ ଦେବା ଘଟଣାରେ ଅଭିଜିତଙ୍କ ପ୍ରତିକ୍ରିୟା

ବଲିଉଡ ଗାୟକ ଉଦିତ ନାରାୟଣ ଜଣେ ପ୍ରଶଂସକଙ୍କ ଓଠରେ ଚୁମ୍ବନ ଦେବାର ଭିଡିଓ ସାମ୍ନାକୁ ଆସିବା ପରଠାରୁ ବିବାଦରେ ଅଛନ୍ତି। ଉଦିତ ନାରାୟଣ ମହିଳାଙ୍କୁ ଚୁମ୍ବନ ଦେବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ତାଙ୍କ ସମର୍ଥନରେ ବାହାରିଛନ୍ତି।

00

ମୁମ୍ବାଇ: ବଲିଉଡ ଗାୟକ ଉଦିତ ନାରାୟଣ ଜଣେ ପ୍ରଶଂସକଙ୍କ ଓଠରେ ଚୁମ୍ବନ ଦେବାର ଭିଡିଓ ସାମ୍ନାକୁ ଆସିବା ପରଠାରୁ ବିବାଦରେ ଅଛନ୍ତି। ତାଙ୍କୁ ବହୁତ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡୁଛି। ଉଦିତ ନାରାୟଣ ମହିଳାଙ୍କୁ ଚୁମ୍ବନ ଦେବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ, ଜଣେ ଗାୟକ ତାଙ୍କ ସମର୍ଥନରେ ବାହାରିଛନ୍ତି। ଉଦିତଙ୍କୁ ସମର୍ଥନ କରୁଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ବଲିଉଡ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ।

ଅଭିଜିତ ଭଟ୍ଟାଚାର୍ଯ୍ୟ ଏକ ସାକ୍ଷାତକାରରେ ଉଦିତ ନାରାୟଣଙ୍କୁ ନେଇ ହେଉଥିବା ବିବାଦ ବିଷୟରେ କହିଛନ୍ତି ଏବଂ ତାଙ୍କୁ ସମର୍ଥନ କରିଛନ୍ତି। ସାକ୍ଷାତକାରରେ ସେ କହିଛନ୍ତି, "ଗାୟକମାନଙ୍କ ପାଇଁ ଏପରି ଘଟଣା ଅସାଧାରଣ ନୁହେଁ। ଉପଯୁକ୍ତ ସୁରକ୍ଷା କିମ୍ବା ବାଉନ୍ସର ବିନା ପ୍ରଶଂସକମାନେ ବେଳେ ବେଳେ ଅତ୍ୟଧିକ ଉତ୍ସାହିତ ହୋଇଯାଆନ୍ତି। ଏହା ପ୍ରଥମ ନୁହେଁ, ଏଭଳି ଘଟଣା ଆଗରୁ ଅନେକ ଥର ଘଟିଛି। ମୋ ସହ ମଧ୍ୟ ଘଟିଛି। ପୂର୍ବରୁ ବିଦେଶକୁ କନସର୍ଟ ପାଇଁ ଯିବା ପରେ ମହିଳା ପ୍ରଶଂସକ ମୋତେ ଆଲିଙ୍ଗନ କରି ଚୁମ୍ବନ ଦିଅନ୍ତି। ଯଦି ଉଦିତଙ୍କ କଥା କହିବା ତେବେ ‌ସେ କେବେ ବି କୌଣସି ମହିଳାଙ୍କୁ ତାଙ୍କ ପାଖକୁ ଆସିବାକୁ ବାଧ୍ୟ କରନ୍ତି ନାହିଁ। ତାଙ୍କର କ୍ରେଜ୍ ଏତେ ଯେ, ମହିଳାମାନେ ତାଙ୍କ ପଛରେ ପଡ଼ନ୍ତି। 

ଉଲ୍ଲେଖଯୋଗ୍ୟ, ଉଦିତ ନାରାୟଣଙ୍କ ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଥିଲା ଯେ, 'ଟିପ୍ ଟିପ୍ ବରସା ପାଣି' ଗୀତ ଗାଉଛନ୍ତି। ଏହି ସମୟରେ, ତାଙ୍କର ଜଣେ ମହିଳା ପ୍ରଶଂସକ ତାଙ୍କ ସହିତ ସେଲଫି ନେବାକୁ ମଞ୍ଚ ପାଖକୁ ଆସୁଛନ୍ତି। ସେଲଫି ନେବା ପରେ ମହିଳା ପ୍ରଶଂସକଜଣକ ତାଙ୍କ ଗାଲରେ ଚୁମ୍ବନ ଦେଉଛନ୍ତି। ଏହା ପରେ ଗାୟକ ଜଣକ ମହିଳାଙ୍କ ଓଠରେ ଚୁମ୍ବନ ଦେଉଛନ୍ତି। ଏହା ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଉପସ୍ଥିତ ଲୋକେ ଜୋରରେ ପାଟି କରୁଛନ୍ତି। କେବଳ ଜଣକଙ୍କୁ ନୁହେଁ ଏକାଧିକ ମହିଳାଙ୍କ ଗାଲକୁ ଉଦିତ୍ ଚୁମ୍ବନ ଦେଇଥିବା ଭାଇରାଲ ଭିଡିଓରେ ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe