କେବଳ ଗୀତ ହିଟ୍ ଥିଲା, ଫିଲ୍ମ ନୁହେଁ; ଏଭଳି କହି ଶାହରୁଖଙ୍କୁ ଟାର୍ଗେଟ କଲେ ଅଭିଜିତ୍

ଅଭିଜିତ ଭଟ୍ଟାଚାର୍ଯ୍ୟ ୧୯୯୦ ଏବଂ ୨୦୦୦ ଦଶକର ଜଣେ ପ୍ରମୁଖ ପ୍ଲେବ୍ୟାକ୍ ଗାୟକ ଥିଲେ। ସେ ଶାହରୁଖ ଖାନଙ୍କ ଚଳଚ୍ଚିତ୍ରରେ ଥିବା ଗୀତଗୁଡ଼ିକୁ ନିଜର ସ୍ୱର ପ୍ରଦାନ କରି ଲୋକପ୍ରିୟ ହୋଇଥିଲେ। କିନ୍ତୁ ବର୍ତ୍ତମାନ, ଗାୟକ ଅଭିନେତାଙ୍କ ସହ ମତଭେଦ ଥିବା ଇଙ୍ଗିତ କରିଛନ୍ତି। 

tabijeetbha

ମୁମ୍ବାଇ: ଅଭିଜିତ ଭଟ୍ଟାଚାର୍ଯ୍ୟ ୧୯୯୦ ଏବଂ ୨୦୦୦ ଦଶକର ଜଣେ ପ୍ରମୁଖ ପ୍ଲେବ୍ୟାକ୍ ଗାୟକ ଥିଲେ। ସେ ଶାହରୁଖ ଖାନଙ୍କ ଚଳଚ୍ଚିତ୍ରରେ ଥିବା ଗୀତଗୁଡ଼ିକୁ ନିଜର ସ୍ୱର ପ୍ରଦାନ କରି ଲୋକପ୍ରିୟ ହୋଇଥିଲେ। କିନ୍ତୁ ବର୍ତ୍ତମାନ, ଗାୟକ ଅଭିନେତାଙ୍କ ସହ ମତଭେଦ ଥିବା ଇଙ୍ଗିତ କରିଛନ୍ତି। 

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ଆମେ ଯମଜ ଭଳି। ମୋ ସ୍ବର ତାଙ୍କ ସ୍ବର ସହ ଖୁବ୍ ମିଶେ। ଏବେ ମୁଁ ଅନୁଭବ କରୁଛି ଯେ, ମୁଁ ଗାଇଥିବା ସମସ୍ତ ଗୀତ ମୋର ନୁହେଁ। ଶାହରୁଖ ଏହି ଗୀତ ଗାଇଛନ୍ତି, ଶାହରୁଖ ଏହି ଗୀତ ଲେଖିଛନ୍ତି, ଶାହରୁଖ ସଂଗୀତ ରଚନା କରିଛନ୍ତି, ଶାହରୁଖ ଫିଲ୍ମ ତିଆରି କରିଛନ୍ତି, ଶାହରୁଖ ହେଉଛନ୍ତି ସିନେମାଟୋଗ୍ରାଫର। ସବୁକିଛି ଶାହରୁଖ। ମୁଁ କ'ଣ କରିବି? ଲୋକମାନେ ମୋତେ କୁହନ୍ତି ଯେ, ଏହା ଶାହରୁଖଙ୍କ ଗୀତ। ଯଦି ଏହା ଶାହରୁଖଙ୍କ ଗୀତ, ତାହେଲେ ମୁଁ କ’ଣ କରୁଛି।ଚଲତେ ଚଲତେ ଚଳଚ୍ଚିତ୍ର ଏତେ ସଫଳତା ପାଇନଥିଲା। କେବଳ ଏହାର ଗୀତ ହିଁ ସୁପରହିଟ୍ ଥିଲା। ଏଥିପାଇଁ ଶାହରୁଖଙ୍କୁ ଶ୍ରେୟ ଦିଆଗଲା। ଯଦି ଗୀତ ପାଇଁ ତାଙ୍କୁ କ୍ରେଡିଟ୍ ଦିଆଗଲା, ତେବେ ମୁଁ କ’ଣ ଆଉ କରିପାରିବି। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe