ଏଥର ବି ଅଭିଜିତ ମଜୁମଦାର ଓ ପ୍ରେମ୍‌ ଆନନ୍ଦଙ୍କ ଭିତରେ ଟକ୍‌କର !

Advertisment
ଏଥର ବି ଅଭିଜିତ ମଜୁମଦାର ଓ ପ୍ରେମ୍‌ ଆନନ୍ଦଙ୍କ ଭିତରେ ଟକ୍‌କର !

ଭୁବନେଶ୍ୱର: ରଜ ଆସୁଛି। ଏଥିପାଇଁ ଦୁଇଟି ସିନେମା ଆସିବାକୁ ସଜବାଜ ହେଲେଣି । ଓଲିଉଡ଼ର ଦୁଇ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଗତ କିଛି ବର୍ଷ ହେବ ଦେଖିବାକୁ ମିଳିଛି। ବିଶେଷ କରି ରଜ ଓ ପୂଜା ଅବସରରେ ଏ ଦୁଇ ନାମୀ ସଙ୍ଗୀତକାର ଆମ୍‌ନେ-ସାମ୍‌ନେ ହେଉଛନ୍ତି।
ଏଥର ରଜ ବଜାରରେ ବି ଅନୁରୂପ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଗଲାଣି। ହଁ ଏଠାରେ ଯେଉଁ ଦୁଇ ନାମୀ ସଙ୍ଗୀତ ନିର୍ଦ୍ଦେଶକଙ୍କ କଥା କୁହାଯାଉଛି,ସେମାନେ ହେଲେ ଅଭିଜିତ୍‌ ମଜୁମଦାର ଓ ପ୍ରେମ୍‌ ଆନନ୍ଦ।
ଏଥର ରଜ ବଜାରରେ ଅଭିଜିତ୍‌ଙ୍କ ସ୍ୱରାରୋପିତ ଓଡ଼ିଆ ଛବି ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ପରଦାକୁ ଆସୁଛି। ଠିକ୍‌ ସେହିପରି ପ୍ରେମ୍‌ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଓଡ଼ିଆ ଛବି ‘ଫୋର୍‌ ଇଡ଼ିଅଟ୍‌ସ’ ବି ମୁକ୍ତିଲାଭ କରୁଥିବାର ସୂଚନା ମିଳୁଛି।
‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ ଓ ‘ଫୋର୍‌ ଇଡ଼ିଅଟ୍‌ସ’ ଦୁଇଟି ଯାକ ହେଉଛି ରୋମାଣ୍ଟିକ୍‌ -କମେଡ଼ି। ଏଥିମଧ୍ୟରୁ ପ୍ରଥମଟିରେ ବାବୁସାନ୍‌ ନାୟକ ଭୂମିକାରେ ଥିବାବେଳେ ଅନ୍ୟଟିରେ ଅଛନ୍ତି ସବ୍ୟସାଚୀ ଓ ଆକାଶ। ଅଭିଜିତ୍‌ ମଜୁମଦାର ‘ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌’ରେ ବାବୁସାନ୍‌ଙ୍କ ପାଇଁ ସେଭଳି ଗୀତ କରିଛନ୍ତି ଯେମିତି ଆଗରୁ ଲଭ୍‌ଷ୍ଟେସନ୍‌,ସିଷ୍ଟର ଶ୍ରୀଦେବୀ ଓ ହିରୋ ନମ୍ବର ଓ୍ଵାନ୍‌ ଆଦି ଫିଲ୍ମରେ ଯେଉଁ ଧରଣର ସଙ୍ଗୀତ ତିଆରି କରିଛନ୍ତି।

publive-image
ଅପରପକ୍ଷରେ ପ୍ରେମ୍‌ ଆନନ୍ଦ ବି କମେଡ଼ି ସାଙ୍ଗକୁ ରୋମାଣ୍ଟିକ୍‌ ଗୀତ ଖଞ୍ଜିଛନ୍ତି। ଉଭୟ ସିନେମାର ସଙ୍ଗୀତ ଇତି ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଗତ ଥର ରଜ ଭଳି ଏଥର ରଜରେ ବି ଉଭୟ ଅଭିଜିତ୍‌ ଓ ପ୍ରେମ୍‌ ସଫଳତା ହାସଲ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe