India TV
ଖିଲାଡ଼ି ବୟ ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ରେ ସାଉଥ୍ ଷ୍ଟାର୍ ଅଭିମନ୍ୟୁ ସିଂହ ଖଳନାୟକ ଭୂମିକାରେ ଅଭିନୟ କରିବେ। ଆଜି ସାମାଜିକ ଗଣମାଧ୍ୟମରେ ସିନେ ସମୀକ୍ଷକ ତରୁଣ ଆଦର୍ଶ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଅକ୍ଷୟଙ୍କ ସହ ଅଭିମନ୍ୟୁଙ୍କର ଲଢ଼େଇ ହେବ। ସେଥିପାଇଁ ଅଭିମନ୍ୟୁ ବର୍ତ୍ତମାନ ବଚ୍ଚନ ପାଣ୍ଡେ ଟିମ୍ ସହିତ ରାଜସ୍ଥାନର ଜୟସାଲମେର୍ ଅଞ୍ଚଳର ସୁଟିଂ ସେଟ୍ରେ ଯୋଗ ଦେଇଛନ୍ତି। ଏହା ସହିତ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଥିବା ଅନ୍ୟ ଚରିତ୍ରଙ୍କ ବିଷୟରେ ସୂଚନା ମଧ୍ୟ ସାମ୍ନାକୁ ଆସିଛି। ଅଭିମନ୍ୟୁଙ୍କ ବ୍ୟତୀତ କୃତି ସାନନ୍, ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, ଅର୍ସଦ ଵାର୍ସି, ପଙ୍କଜ ତ୍ରିପାଠୀ ପ୍ରମୁଖ ଅଭିନୟ କରୁଛନ୍ତି।
Follow Us