ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ

ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ

ଭୁବନେଶ୍ୱର: ଓଲିଉଡର ଚକଲେଟି ହିରୋ ଅଭିଷେକ ଏକ ନୂଆ ଫିଲ୍ମ ଜରିଆରେ ଓଲିଉଡକୁ କମ୍‌ବ୍ୟାକ୍‌ କରୁଛନ୍ତି। ଅଭିଷେକଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଏସିପିି ସାଗରିକା’। ଏହି ଫିଲ୍ମରେ ଅଭିଷେକଙ୍କ ବିପକ୍ଷରେ ନଜର ଆସିଥିଲେ ପ୍ରକୃତି ମିଶ୍ର। ତା’ପରେ ଅଭିଷେକଙ୍କୁ ‘କେହି ନୁହେଁ କାହାର’ରେ ଏଲିନା ସାମନ୍ତରାୟଙ୍କ ନାୟକ ଭାବେ ଦେଖିବାକୁ ମିଳିଥିଲା।ଏହାପରେ ଅଭିଷେକ ଓଲିଉଡର ଚୁଲୁୁବୁଲି ନାୟିକା ରୀୟା ଦେଙ୍କ ସହିତ ଦୁଇଟି ସିନେମାରେ କାମ କରିଛନ୍ତି। ଏ ଦୁଇଟି ସିନେମା ହେଲା ‘ଚୁପ୍‌ ଚୁପ୍‌ ଚୋରି ଚୋରି’ଏବଂ ‘କଥା ଦେଲି ମଥା ଛୁଇଁ’।
ଅଭିଷେକଙ୍କ ଏହି ନୂଆ ସିନେମା ହେଲା ‘କଟି ପତଙ୍ଗ’ ଯାହା ରିଲିଜ୍‌ ଅପେକ୍ଷାରେ ରହିଛି।ଏହି ସିନେମାର ପ୍ରଯୋଜନା କରିଛନ୍ତି ଦେବେନ୍ଦ୍ରନାଥ ସାହୁ। ଠିକ୍‌ ସେହିପରି ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି କୁମାର ସରୋଜ । ନିର୍ଦ୍ଦେଶକ ଭାବେ କୁମାର ସରୋଜ ଆଗରୁ ‘ରକଷ୍ଟାର୍‌’ ଭଳି ସିନେମାର ନିର୍ମାଣ କରିଛନ୍ତି। ‘କଟିପତଙ୍ଗ’ର ସଂଳାପକାର ହେଲେ ଅଜୟ ସାମଲ। ମଧୁସ୍ମିତା ଦାସ ଏହାର କାହାଣୀକାର।

publive-image
‘କଟିପତଙ୍ଗ’ରେ ଅଭିଷେକଙ୍କୁ ପୁଣିଥରେ ରୋମାଣ୍ଟିକ୍‌ ଲିଡରେ ଦେଖିବାକୁ ପାଇବେ।ଏହି ସିନେମାରେ ଅଭିଷେକଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିବେ ଅନନ୍ୟା। ଏହା ହେଉଛି ଅଭିଷେକ-ଅନନ୍ୟା ଯୋଡିଙ୍କର ପ୍ରଥମ ସିନେମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe