ନାମ ବଦଳାଇଲେ ଅଭିଷେକ

Advertisment
ନାମ ବଦଳାଇଲେ ଅଭିଷେକ

ନୂଆଦିଲ୍ଲୀ: ବଲିଉଡର ଅନେକ କଳାକାର ଏମିତି ଅଛନ୍ତି ଯେଉଁମାନେ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ବାସ କରିଥାଆନ୍ତି। ଏହି କ୍ରମରେ ଅଭିନେତା ଅଭିଷେକ ବଚ୍ଚନ ବି ସାମିଲ ରହିଛନ୍ତି।

ଅଭିଷେକ ବଲିଉଡରେ ଅନେକ ସିନେମାରେ କାମ କରି ସାରିଛନ୍ତି। ଅଭିଷେକ ହିଟ ସାଙ୍ଗକୁ ଅନେକ ଫ୍ଲପ ସିନେମାରେ ବି ନଜର ଆସିଛନ୍ତି। କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ନିଜ ନାମରେ ପରିବର୍ତ୍ତନ କରିଥିବା ଶୁଣିବାକୁ ମିଳୁଛି।

ଅଭିଷେକଙ୍କ ସିନେମା ‘ଦି ବିଗ ବୁଲ’ର ଟ୍ରେଲର ନିକଟରେ ରିଲିଜ ହୋଇଥିଲା। ଏହାକୁ ଧ୍ୟାନ ଦେଲେ ଜଣାପଡ଼ୁଛି କି ଅଭିଷେକ ନିଜ ନାମରେ ‘ଏ’ ଅକ୍ଷରକୁ ଅଧିକା ଯୋଡ଼ିଛନ୍ତି। ଏହି ସିନେମାରେ ତାଙ୍କ ନାମ ଅଭିଷେକ ବଚ୍ଚନ ପରିବର୍ତେ ଅଭିଷେକ ଏ ବଚ୍ଚନ ଲେଖିଛନ୍ତି।

अभिषेक बच्चन www.aajtak.in

ଜାଣିବାକୁ ମିଳିଛି କି ଅଭିଷେକଙ୍କ ନାମର ଏହି ପରିବର୍ତ୍ତନ କେବଳ ତାଙ୍କ ସିନେମା ପର୍ଯ୍ୟନ୍ତ ସୀମିତ ରହିଛି। କାରଣ ସୋସିଆଲ ମିଡିଆରେ ଅଭିନେତାଙ୍କ ନାମ ଅଭିଷେକ ବଚ୍ଚନ ହିଁ ରହିଛି।

ବଲିଉଡରେ ନାମ ବଦଳାଇବାର ଟ୍ରେଣ୍ଡ ବହୁ ପୁରୁଣା । ଅନେକ ସେଲିବ୍ରିଟି ନିଜ କ୍ୟାରିୟରରେ ସଫଳତା ପାଇବା ପାଇଁ ନିଜ ନାମ ବଦଳାଇ ଥିବା ପୂର୍ବରୁ ଖବର ରହିଛି। ଏହି କ୍ରମରେ ଆୟୁଷ୍ମାନ ଖୁରାନା, ରାଣୀ ମୁଖାର୍ଜୀ, ତୁଷାର କପୁର, ଅଜୟ ଦେବଗନ, ବିବେକ ଓବରାଏ, ହ୍ରିତିକ ରୋଶନ ଭଳି କଳାକାରଙ୍କ ନାମ ସାମିଲ ରହିଛି। ଏହି କଳାକାର ନିଜ କ୍ୟାରିୟରରେ ସଫଳତା ପାଇବା ପାଇଁ ନିଜ ନାମରୁ ଗୋଟିଏ ଦୁଇଟି ଅକ୍ଷର ହଟାଇ ଦେଇଥିବା ବେଳେ ଆଉ କେହି ଅଭିଷେକଙ୍କ ଭଳି ନୂଆ ଅକ୍ଷର ଯୋଡ଼ି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe