ଅଭିଷେକଙ୍କୁ ସୋ’କୁ ଡାକି ଭୁଲ ହୋଇଯାଇଛି

‘କେବିସି -୧୬'ର ଆଗାମୀ ଅଧ୍ୟାୟ ସ୍ବତନ୍ତ୍ର ହେବାକୁ ଯାଉଛି। କାରଣ ଏଥିରେ ବିଗ୍ ବି’ଙ୍କ ଏକମାତ୍ର ପୁଅ ପ୍ରିୟ ଅଭିଷେକ ବଚ୍ଚନଙ୍କୁ ସେଟର ଅତିଥି ଭାବରେ ଦେଖିବାକୁ ମିଳିବ।

00

ମୁମ୍ବାଇ: ଅମିତାଭ ବଚ୍ଚନ ଲୋକପ୍ରିୟ କୁଇଜ୍ ସୋ ‘କୌନ ବନେଗା କରୋଡପତିର -୧୬' ଉପସ୍ଥାପନା କରୁଥିବା ଦେଖିବାକୁ ମିଳିଛି। ତେବେ ସୋ’ର ଆଗାମୀ ଅଧ୍ୟାୟ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ପାରିବାରିକ ହେବାକୁ ଯାଉଛି। କାରଣ ଏଥିରେ ବିଗ୍ ବି’ଙ୍କ ଏକମାତ୍ର ପୁଅ ପ୍ରିୟ ଅଭିଷେକ ବଚ୍ଚନଙ୍କୁ ସେଟର ଅତିଥି ଭାବରେ ଦେଖିବାକୁ ମିଳିବ।

ଏଥିରେ ଅଭିନେତା ତାଙ୍କ ଫିଲ୍ମ ‘ଆଇ ୱାଣ୍ଟ ଟୁ ଟକ୍’ର ପ୍ରମୋଟ୍ କରୁଥିବା ଦେଖିବାକୁ ମିଳିବ।ସମ୍ପ୍ରତି ସୋ’ର ନିର୍ମାତାମାନେ ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରୋମୋ ସେୟାର କରିଛନ୍ତି। ଏଥିରେ ଅଭିଷେକ ତାଙ୍କ ବାପା ଅମିତାଭ ବଚ୍ଚନଙ୍କ ସାମ୍ନାରେ ‘କୌନ ବନେଗା କରୋଡପତିର -୧୬'ର ହଟ ଆସନରେ ବସିଛନ୍ତି।

ଏହି ସମୟରେ ଅମିତାଭ ‘କୌନ ବନେଗା କରୋଡପତିର’ର ଉପସ୍ଥାପନା କରୁଥିବା ବେଳେ ୭କୋଟି  ଟଙ୍କା ଜିତିବାର କିପରି ଘୋଷଣା କରିଥାଆନ୍ତି ତାହାକୁ ଅଭିଷେକ ମଜାଳିଆ ଶୈଳୀରେ କହୁଥିଲେ। ଏହାକୁ ନେଇ ଅମିତାଭ କହିଥିଲେ ଅଭିଷେକଙ୍କୁ ସୋ’କୁ ଡାକିବା ମୋ ଭୁଲ ହୋଇଯାଇଛି। 

ତେବେ କିଛିଦିନ ହେବ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ସିନେମା ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ପଛର କାରଣ ନିମ୍ରତ କୌର ଥିବା ଚର୍ଚ୍ଚା ହେଊଛି। ତେବେ ଛାଡପତ୍ର ଏବଂ ଆଫେୟାର ଖବର ମଧ୍ୟରେ ଅଭିଷେକ ବଚ୍ଚନ ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଇ ୱାଣ୍ଟ ଟୁ ଟକ୍’ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe