ଅଭିଷେକଙ୍କ ‘ବ୍ରିଦ୍‌-୨’ ପାଇଁ ପୂରା ପରିବାର ଉତ୍ସାହିତ, ଏହି ୱେବ୍‌ ସୋ’କୁ ଦେଖିବାକୁ ସିଧା ମନା କରିଦେଲେ ମାଆ ଜୟା ବଚ୍ଚନ

Advertisment
ଅଭିଷେକଙ୍କ ‘ବ୍ରିଦ୍‌-୨’ ପାଇଁ ପୂରା ପରିବାର ଉତ୍ସାହିତ, ଏହି ୱେବ୍‌ ସୋ’କୁ ଦେଖିବାକୁ ସିଧା ମନା କରିଦେଲେ ମାଆ ଜୟା ବଚ୍ଚନ

Outlook India

ନୂଆଦିଲ୍ଳୀ: ଯେବେ ବି ପରମ୍ପରା, ଅନୁଶାସନ ଓ ପ୍ରତିଷ୍ଠାର କଥା ଉଠେ ତ ବଲିଉଡ୍‌ର ବଚ୍ଚନ ପରିବ‌ାରର ନାମ ସବୁଠାରେ ଆଗରେ ଆସିଥାଏ। ବଚ୍ଚନ ପରିବାର ସମସ୍ତ ସଦସ୍ୟ ପରସ୍ପରଙ୍କୁ ଖୁବ୍‌ ଭଲପାଇବା ଦେଇଥାନ୍ତି। ଅଭିଷେକ ବଚ୍ଚନ ତାଙ୍କ ମାଆ ଜୟା ବଚ୍ଚନ ଓ ବାପା ଅମିତାଭ ବଚ୍ଚନଙ୍କର କେତେ ଯେ ଲାଡ୍‌ଲା ତାହା ହୁଏତ କହିବା ଜରୁରି ନୁହେଁ।

ଅଭି‌ଷେକ ତାଙ୍କର ନୂଆ ୱେବ୍‌ ସୋ’ ‘ବ୍ରିଦ୍‌ ଇନ୍‌ଟୁ ଦ ସ୍ୟାଡୋଜ୍‌’ର ସିଜିନ୍‌-୨କୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏ ନେଇ ସେ ତାଙ୍କର ଏକ ସାକ୍ଷାତ୍‌କାରରେ କହିଛନ୍ତି କି କେବଳ ସେ ନୁହଁନ୍ତି, ବରଂ ପୂରା ପରିବାର ତାଙ୍କର ଏହି ସୋ’କୁ ନେଇ ଉତ୍ସାହିତ ଅଛନ୍ତି, କେବଳ ତାଙ୍କ ମାଆ ଜୟା ବଚ୍ଚନଙ୍କୁ ବାଦ୍‌ ଦେଇ। ସେ କହିଛନ୍ତି ତାଙ୍କ ମାଆଙ୍କୁ ଛାଡ଼ିଦେଲେ ପୂରା ପରିବାର ସଦସ୍ୟଙ୍କ ଭିତରେ ‘ବ୍ରିଦ୍‌-୨’ ଦେଖିବା ପାଇଁ ଉତ୍ସାହ ରହିଛି।

ଆପଣ ଭାବୁଥିବେ, ଏପରି କାହିଁକି? କାହିକି ଜୟା ବଚ୍ଚନଙ୍କୁ ନିଜ ପୁଅର ସୋ’ ଦେଖିବାରେ ଆଗ୍ରହ ନାହିଁ? ଅଭିଷେକଙ୍କୁ କହିବାନୁଯାୟୀ ତାଙ୍କ ମାଆଙ୍କୁ ହିଂସା ଏବଂ ଆକ୍ରମଣାତ୍ମକ ପସନ୍ଦ ନାହିଁ। ‘ବ୍ରିଦ୍‌ ଇନ୍‌ଟୁ ଦ ସ୍ୟାଡୋଜ୍‌’ ଏକ ଥ୍ରିଲର ସୋ’ ହୋଇଥିବାରୁ ଜୟା ବଚ୍ଚନ ଏହାକୁ ଦେଖିବେ ନାହିଁ।

ଅଭିଷେକ ଅହୁରି ବି କହିଛନ୍ତି ଯେ ‘ମୋ ମାଆ ଏମିତି କହିଲେ କି ନାଇଁ, ମୋତେ ଏସବୁ ଦେଖିବାର ନାହିଁ। ଏହାର ଅର୍ଥ ହେଉଛି ମୁଁ ଏକ ଭଲ ଥ୍ରିଲର ବନାଇ ପାରିଛି। ଏହାଛଡ଼ା ମୋ ମାଆଙ୍କୁ ସଂସଦ ଯିବା ବେଶି ପସନ୍ଦ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe