ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ପରିବାରର ପାର୍ଟୀରେ ଯୋଗ ଦେଲେନି ଅଭିଷେକ

Advertisment

ନିକଟରେ ଐଶ୍ୱର୍ଯ୍ୟା ରାୟଙ୍କ ପରିବାରରେ ଏକ ପାର୍ଟୀ ହୋଇଥିଲା। ଯେଉଁଥିରେ ଅଭିନେତ୍ରୀ, ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ। ହେଲେ ଅଭିଷେକ ବଚ୍ଚନ ମୁମ୍ବାଇରେ ଥାଇ ବି ପାର୍ଟୀକୁ ଯାଇନଥିବା ଜଣାଯାଇଛି।

ନିକଟରେ ଐଶ୍ୱର୍ଯ୍ୟା ରାୟଙ୍କ ପରିବାରରେ ଏକ ପାର୍ଟୀ ହୋଇଥିଲା। ଯେଉଁଥିରେ ଅଭିନେତ୍ରୀ, ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ। ହେଲେ ଅଭିଷେକ ବଚ୍ଚନ ମୁମ୍ବାଇରେ ଥାଇ ବି ପାର୍ଟୀକୁ ଯାଇନଥିବା ଜଣାଯାଇଛି।

abhisekash

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଚ୍ଚନ ପରିବାର। କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏଭଳି ସମୟରେ ଏବେ ଅଭିଷେକ, ଐଶ୍ବର୍ଯ୍ୟ‌ାଙ୍କ ପରିବାରରେ ଥିବା ଏକ ପାର୍ଟିରେ ଯୋଗ ଦେଇନଥିବା ଜଣାଯାଇଛି।

ଏବେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଐଶ୍ବର୍ଯ୍ୟାଙ୍କ ପରିବାର ଲୋକ ନଜର ଆସୁଛନ୍ତି। ହେଲେ ଅଭିଷେକ ଫଟୋରେ ନାହାନ୍ତି। ମିଳିଥିବା ସୂଚନା ମୁତାବକ, ଐଶ୍ବର୍ଯ୍ୟାଙ୍କ ସମ୍ପର୍କୀୟ ଭଉଣୀଙ୍କ ଜନ୍ମଦିନ ଥିବାରୁ ଏଥିପାଇଁ ପାର୍ଟି ରଖାଯାଇଥିଲା। ପାର୍ଟିକୁ ଐଶ୍ବର୍ଯ୍ୟା ଝିଅ ଆରାଧ୍ୟାକୁ ନେଇ ଯାଇଥିବା ବେଳେ ଅଭିଷେକ ସାଥିରେ ଯାଇନଥିଲେ। ମୁମ୍ବାଇରେ ଥାଇ ବି ଅଭିଷେକ ପାର୍ଟିକୁ ନଯିବା ଏବେ ଛାଡ଼ପତ୍ର ଚର୍ଚ୍ଚାର ନିଆ‌ଁରେ ଘିଅ ଢ଼ାଳିଛି।

ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଅଭିଷେକ, ଫିଲ୍ମ 'ଦଶବୀ'ର ଅଭିନେତ୍ରୀ ନିମ୍ରତ କୌରଙ୍କୁ ଡେଟ୍ କରୁଛନ୍ତି। ନିମ୍ରତଙ୍କ ପ୍ରେମରେ ପଡ଼ି ସେ ଐଶ୍ବର୍ଯ୍ୟାଙ୍କଠାରୁ ଦୂରେଇ ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।ହେଲେ ଏତେ ସବୁ ପରେ ବି ଉଭୟ ଐଶ୍ବର୍ଯ୍ୟା ଓ ଅଭିଷେକ ମୌନ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe