ନବ୍ୟା ଓ ଅଗସ୍ତ୍ୟାଙ୍କ ସହ ରାତ୍ର ଭୋଜନରେ ଗଲେ ଅଭିଷେକ; ଅରାଧ୍ୟା କୁଆଡ଼େ ଗଲେ ବୋଲି ହେଲା ପ୍ରଶ୍ନ

ନବ୍ୟା ଓ ଅଗସ୍ତ୍ୟାଙ୍କ ସହ ରାତ୍ର ଭୋଜନରେ ଗଲେ ଅଭିଷେକ; ଅରାଧ୍ୟା କୁଆଡ଼େ ଗଲେ ବୋଲି ହେଲା ପ୍ରଶ୍ନ

www.aajtak.in

ମୁମ୍ବାଇ: ଗତ କିଛି ଦିନ ହେବ ସୋସିଆଲ୍‌ ମିଡିଆରେ ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଓ ପତ୍ନୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ଆଲୋଚନା ହେଉଛି। ଭିନ୍ନ ସ୍ଥାନକୁ ବି ପତି-ପତ୍ନୀ ଅଲଗା ଅଲଗା ଯାଉଥିବାର ଦେଖିବାକୁ ମିଳୁଛି।

ଅଭିଷେକ ବଚ୍ଚନ ତାଙ୍କ ଭଣଜା ଅଗସ୍ତ୍ୟ ଓ ଭାଣିଜୀ ନବ୍ୟା ନବେଲୀ ନନ୍ଦାଙ୍କର ଖୁବ୍‌ ଘନିଷ୍ଠ। ତାଙ୍କୁ ଅନେକ ସମୟରେ ମାମୁଙ୍କ ଭୂମିକା ନିଭାଉଥିବାର ଦେଖିବାକୁ ମିଳିଥାଏ। ଆଜ୍ଞା ହଁ, ଅଭିଷେକ ବଚ୍ଚନଙ୍କୁ ନିକଟରେ ତାଙ୍କ ଭଣଜା ଓ ଭାଣିଜୀଙ୍କ ସହ ରାତ୍ର ଭୋଜନ ପାର୍ଟିରେ ଦେଖିବାକୁ ମିଳିଛି।

ଅଭିଷେକ ଅବସ୍ତ୍ୟ ଓ ନବ୍ୟାଙ୍କ ସହ ଏକ ରେଷ୍ଟୁରାଣ୍ଟ୍‌ରୁ ବାହାରୁଥିବାର ଦେଖିବାକୁ ମିଳିଛି। ଖାସ୍‌ କଥା ହେଉଛି, ତାଙ୍କ ସହ ଶାହରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌ ବି ଥିଲେ। ତେବେ କେହି ବି ଫଟୋଗ୍ରାଫର୍‌ଙ୍କୁ ପୋଜ୍‌ ଦେଇନଥି‌ଲେ। ରାତ୍ର ଭୋଜନ ପରେ ଅଭିଷେକ ନିଜେ ଗାଡ଼ି ଚଳାଇ ଅଗସ୍ତ୍ୟ, ନବ୍ୟା ଓ ସୁହାନାଙ୍କୁ ନେଇକି ଯାଇଥିଲେ।

କାଜୁଆଲ୍‌ ଲୁକ୍‌ରେ ଅଭିଷେକ ଓ ଅଗସ୍ତ୍ୟ ଖୁବ୍ ଜବରଦସ୍ତ ଲାଗୁଥିବା ବେଳେ ସୁହାନା ଓ ନବ୍ୟାଙ୍କ ଲୁକ୍‌ ବି ଦେଖିବା ପରି ଥିଲା। ତେବେ ଅଭିଷେକଙ୍କୁ ତାଙ୍କ ଭଣଜା ଓ ଭାଣିଜୀଙ୍କ ସହ ଦେଖିବା ପ‌ରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଖୁବ୍ ଚର୍ଚ୍ଚା କରୁଛନ୍ତି। ଆରାଧ୍ୟାଙ୍କୁ କାହିଁକି ସମୟ ଦେଉନାହଁ ବୋଲି ଅନେକ ବ୍ୟବହାରକାରୀ ପ୍ରଶ୍ନ କରୁଥିବାର ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe