ଲକଡାଉନ ସମୟରେ ସୁଟିଂ ବନ୍ଦ ହୋଇଯିବାରୁ ୧୦୦କିଲୋରୁ ଅଧିକ ଓଜନକୁ ବଜାୟ ରଖିବା କଷ୍ଟ ହୋଇଥିଲା: ଅଭିଷେକ

ଲକଡାଉନ ସମୟରେ ସୁଟିଂ ବନ୍ଦ ହୋଇଯିବାରୁ ୧୦୦କିଲୋରୁ ଅଧିକ ଓଜନକୁ ବଜାୟ ରଖିବା କଷ୍ଟ ହୋଇଥିଲା: ଅଭିଷେକ

Kanlish News

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ କ୍ରାଇମ ଥ୍ରିଲର ଚଳଚ୍ଚିତ୍ର ‘ବବ୍ ବିଶ୍ୱାସ’ ରିଲିଜ ହେବାକୁ ଯାଉଛି। ଏଥିରେ ଜୁନିଅର୍ ବଚ୍ଚନ ଜଣେ ସିରିଏଲ୍ କିଲର ବବ୍ ବିଶ୍ୱାସଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହାର ପ୍ରଯୋଜନା ଦାୟିତ୍ବରେ ଥିଲେ ଶାହରୁଖ୍ ଖାନ୍ । କିଛି ବର୍ଷ ପାଇଁ ବଲିଉଡରୁ ଦୂରେଇ ଯାଇଥିବା ଚିତ୍ରାଙ୍ଗଦା ସିଂହଙ୍କୁ ‘ବବ୍ ବିଶ୍ୱାସ’ରେ ଅଭିଷେକଙ୍କ ନାୟିକା ଭୂମିକାରେ ଦେଖିବାକୁ ମିଳିବ।

ବବ୍ ବିଶ୍ୱାସ ଚରିତ୍ରରେ ଅଭିନୟ କରିବା ପାଇଁ ଅଭିଷେକ ବଚ୍ଚନଙ୍କୁ ଓଜନ ବଢ଼ାଇବାକୁ ପଡିଥିଲା। ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବା ଦିନଠାରୁ ଅଭିଷେକ ବଚ୍ଚନଙ୍କ ଭୂମିକାକୁ ବେଶ ପ୍ରଶଂସା୍ କରାଯାଉଛି। ଅଭିଷେକଙ୍କ ବାପା ଅମିତାଭ ବଚ୍ଚନ ଫିଲ୍ମର ଟ୍ରେଲର ଏବଂ ତାଙ୍କ ଅଭିନୟ ଦେଖିବା ପରେ ଖୁସି ହୋଇ ଯାଇଛନ୍ତି।

ବର୍ତ୍ତମାନ ଅଭିଷେକ ବଚ୍ଚନ ତାଙ୍କର ଏକ ସାକ୍ଷାତକାରରେ ଚଳଚ୍ଚିତ୍ରରେ ଓଜନ ବୃଦ୍ଧି, ଲକଡାଉନ୍ ଯୋଗୁଁ ଫିଲ୍ମର ସୁଟିଂ ବନ୍ଦ ହେବା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି।

ଅଭିଷେକ କହିଛନ୍ତି ଯେ ବଙ୍ଗାଳୀ ମିଠା ଖାଇ ଓଜନ ବୃଦ୍ଧି କରିବା ସମୟ ବହୁତ ମଜାଳିଆ ଥିଲା, କିନ୍ତୁ ଲକଡାଉନ୍ ସମୟରେ ଏହି ଓଜନକୁ ବଜାୟ ରଖିବା କଷ୍ଟକର ଥିଲା। କହିବାକୁ ଗଲେ ଶୀତଦିନେ କୋଲକାତାରେ ସୁଟିଂ କରିବା ସମୟରେ ମୋତେ ଓଜନ ବଢ଼ାଇବାକୁ ପଡ଼ିଥିଲା। ସେତେବେଳେ ମୋର ଓଜନ ୧୦୦କିଲୋରୁ ଅଧିକ ଥିଲା। କିନ୍ତୁ ଏହି ଓଜନ ବଢ଼ାଇ ମୁଁ ଫସି ଯାଇଥିଲି।

କାରଣ ଲକଡାଉନ୍ ହେତୁ ଅଧା ସୁଟିଂ ଶେଷ କରିବା ପରେ ଆମକୁ କାମ ବନ୍ଦ କରିବାକୁ ପଡିଥିଲା। ଆମେ ପ୍ରାୟ ୮୦ ପ୍ରତିଶତ କାମ ଶେଷ କରି ଦେଇଥିଲୁ । ଆମ ପାଖରେ ୧୦-୧୫ ଦିନର କାମ ବାକି ରହିଥିଲା। ସୁଟିଂ ବନ୍ଦ ହୋଇଯିବାରୁ ମୋତେ ଘରକୁ ଆସିବାକୁ ପଡ଼ିଥିଲା। ଏହି ସମୟରେ ମୋତେ ସେହି ଓଜନ ବଜାୟ ରଖିବାକୁ ପଡିଥିଲା, ଯାହା କି କଷ୍ଟସାଧ୍ୟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe