Elena first time: ପ୍ରଥମ ଥର ଏଲିନାଙ୍କ ସହ ଅଭିଷେକ ଗିରି

ଓଲିଉଡ୍‌ର ଲୋକପ୍ରିୟ ନାୟିକା ଏଲିନା ଗତ ଦଶବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି ଓ ସଫଳ ନାୟିକା ଭାବେ ଆସ୍ଥାନ ଜମେଇଛନ୍ତି। ଏଲିନା ତାଙ୍କ କ୍ୟାରିୟର୍‌ରେ ଅନୁଭବ, ଅରିନ୍ଦମ, ବାବୁସାନ୍...

Untitled-18

ଓଲିଉଡ୍‌ର ଲୋକପ୍ରିୟ ନାୟିକା ଏଲିନା ଗତ ଦଶବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି ଓ ସଫଳ ନାୟିକା ଭାବେ ଆସ୍ଥାନ ଜମେଇଛନ୍ତି। ଏଲିନା ତାଙ୍କ କ୍ୟାରିୟର୍‌ରେ ଅନୁଭବ, ଅରିନ୍ଦମ, ବାବୁସାନ୍, ଜ୍ୟୋତି, ଅଭିଷେକ ରଥ, ରାଜବୀର, ଆକାଶ, ସ୍ବରାଜ, ଅର୍ଦ୍ଧେନ୍ଦୁ ଓ ସବ୍ୟସାଚୀଙ୍କ ଭଳି ଜଣାଶୁଣା ନାୟକଙ୍କ ସହ କାମ କରିଛନ୍ତି। ତାଙ୍କ ନାୟକ ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ଅଭିଷେକ ଗିରି। ନୂଆ ଓଡ଼ିଆ ସିନେମା ‘ରକ୍ତ ଗୋଲାପ’ରେ  ଅଭିଷେକଙ୍କ ସହ ଖୁବ୍‌ଶୀଘ୍ର ଏଲିନାଙ୍କୁ ଦେଖିବାକୁ ମିଳିବ। ‘ଡାଲଚିନି’, ‘ମିଶିରି’ ଓ ‘ଫାଲ୍‌ଗୁନ୍‌ ଚଇତ୍ର’ ଫେମ୍ ଶିଶିର କୁମାର ସାହୁ -ପିନାକୀ ସିଂହ ରାଜପୁତ ଯୋଡ଼ି ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ‘ରକ୍ତ ଗୋଲାପ’ରେ ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଉଦିତ ଗୁରୁ ଓ ହର ରଥଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।
ସୂଚନାଯୋଗ୍ୟ, ଅଭିଷେକ ଗିରି ସୂର୍ଯ୍ୟମୟୀ, ସୁପ୍ରିୟା, ଉପାସନା, ଅର୍ଲିନ୍‌ ଅଙ୍କିତା, କୁକିଜ୍‌ ସ୍ବାଇଁ ଓ ପ୍ରକୃତି ମିଶ୍ରଙ୍କ ପରି ନାୟିକାଙ୍କ ସହ କାମ କରିଛନ୍ତି। ପ୍ରଥମଥର ଲାଗି ଅଭିଷେକ ଆଗଧାଡ଼ିର ନାୟିକା ଏଲିନାଙ୍କ ସହ ଅଭିନୟ କରିଛନ୍ତି। ଏହି ଯୋଡ଼ିକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe