ବିବାଦ ତୁଟିଲା , ଆରମ୍ଭ ହେବ ପୁଣି ଏହି ସିନେମାର ସୁଟିଂ

ବିବାଦ ତୁଟିଲା , ଆରମ୍ଭ ହେବ ପୁଣି ଏହି ସିନେମାର ସୁଟିଂ

photo-navbharattimes

ମୁମ୍ବାଇ: ଏବେ ପୁଣି ଖବର ମିଳିଲାଣି ଯେ ‘ କେଦାରନାଥ’ର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଅର୍ଥାତ୍‌ ଏହାର ନିର୍ମାତା ଏବଂ ନିର୍ଦ୍ଦେଶଙ୍କ ଭିତରେ ଥିବା ଝାମେଲା ତୁଟି ଯାଇଛି। ଏହାକୁ ନେଇ ନିଜେ ନିର୍ଦ୍ଦେଶକ ଅଭିଷେକ କପୁର ସୂଚନା ଦେଇଛନ୍ତି। ଏହା ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନଙ୍କ ଡେବ୍ୟୁ ସିନେମା ହୋଇଥିବା ହେତୁ ବେଶ ଚର୍ଚ୍ଚାରେ ରହିଛି।

publive-image photo-amarujala

ଅଭିଷେକ କପୁର ଏବଂ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା ଫିଲ୍ମର ସୁଟିଂ ଅଚାନକ ବନ୍ଦ କରି ଦିଆଯାଇଥିବାରୁ ସାରା ଅଲି ଖାନଙ୍କ ମା ଅମୃତା ସିଂ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡିଥିଲେ ବୋଲି କିଛି ଦିନ ତଳେ ଖବର ଆସିଥିଲା । ତେବେ ସୈଫ ମଧ୍ୟ ଅଭିଷେକଙ୍କ ଉପରେ ରାଗିଥିବା ଶୁଣିବାକୁ ମିଳିଥିଲା । କେଦାରନାଥ’ରେ ସୁଶାନ୍ତ ସିଂହ ରାଜପୁତ ଅଛନ୍ତି ମେଲ ଲିଡରେ। ଖୁବ୍‌ ଖୀଘ୍ର ଏହାର ନୂଆ ସିଡ୍ୟୁଲର ସୁଟିଂ ଆରମ୍ଭ ହେବ। ଯାହା ଜଣାପଡ଼ୁଛି ବିବାଦର ଆପୋଷ ସମାଧାନ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe