ବ୍ରେକଅପ୍ ପରେ ପୁଣିଥରେ ଏକାଠି ନଜର ଆସିଲେ ଈଶା ଓ ଅଭିଷେକ

'ବିଗ୍ ବସ୍ ୧୭'ରୁ ଚର୍ଚ୍ଚାକୁ ଆସିଥିବା ଟିଭି ପରଦାର ଲୋକପ୍ରିୟ ଷ୍ଟାର ଈଶା ମାଲବ୍ୟ ଏବଂ ଅଭିଷେକ କୁମାର ପୁଣିଥରେ ଦର୍ଶକଙ୍କ ମଧ୍ୟରେ ନିଜ କେମେଷ୍ଟ୍ରିର ଯାଦୁ ଦେଖାଇବାକୁ ପ୍ରସ୍ତୁତ।

New Project (30)

ମୁମ୍ବାଇ: 'ବିଗ୍ ବସ୍ ୧୭'ରୁ ଚର୍ଚ୍ଚାକୁ ଆସିଥିବା ଟିଭି ପରଦାର ଲୋକପ୍ରିୟ ଷ୍ଟାର ଈଶା ମାଲବ୍ୟ ଏବଂ ଅଭିଷେକ କୁମାର ପୁଣିଥରେ ଦର୍ଶକଙ୍କ ମଧ୍ୟରେ ନିଜ କେମେଷ୍ଟ୍ରିର ଯାଦୁ ଦେଖାଇବାକୁ ପ୍ରସ୍ତୁତ। ଏଥର ଦୁହେଁ ଏକ ରୋମାଣ୍ଟିକ ମ୍ୟୁଜିକ୍ ଭିଡିଓ 'ନି ତୁ ବାର୍-ବାର୍'ରେ ନଜର ଆସିବାକୁ ଯାଉଛନ୍ତି, ଯାହାର ପୋଷ୍ଟର ନିକଟରେ ସୋସିଆଲ ମିଡିଆରେ ରିଲିଜ୍ ହୋଇଛି। ଏହି ପୋଷ୍ଟର ଦେଖିବା ପରେ ସିନେପ୍ରେମୀ ସେମାନଙ୍କୁ ପଚାରୁଛନ୍ତି, ତୁମେ ପୁଣି ପରସ୍ପରକୁ ଡେଟ୍ କରୁଛ କି?

ପୋଷ୍ଟରରେ ଈଶା ଓ ଅଭିଷେକଙ୍କ ମଧ୍ୟରେ ଘନିଷ୍ଠତା ସ୍ପଷ୍ଟ ଭାବରେ ଦେଖାଯାଉଛି। ପୋଷ୍ଟରରେ ଅଭିଷେକ ଈଶାଙ୍କ କପାଳକୁ ଚୁମ୍ବନ କରୁଥିବାର ଦେଖିବାକୁ ମିଳୁଛି। ବିଶେଷ କଥା ହେଉଛି ବ୍ରେକଅପ୍ ପରେ ଏହି ଦୁଇଜଣ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ୍ ସେୟାର କରୁଛନ୍ତି, ଯାହା ଯୋଗୁଁ ପ୍ରଶଂସକଙ୍କ ଭାବନା ଆହୁରି ଗଭୀର ହୋଇଛି।

ଏହି ଗୀତର ସୁଟିଂ ସମୟରେ ଏହି ଦୁଇ ଜଣଙ୍କୁ ଗୋଟିଏ କାରରେ ଦେଖିବାକୁ ମିଳିଥିଲା। ମିଡିଆ କ୍ୟାମେରା ସେମାନଙ୍କୁ କଏଦ କରିବା ମାତ୍ରେ ଉଭୟ ତୁରନ୍ତ ମୁହଁ ଲୁଚାଇ ଦେଇଥିଲେ। ପରେ ଯେତେବେଳେ ମିଡିଆ ସେମାନଙ୍କୁ ପ୍ରଶ୍ନ ପଚାରିଲେ, ଇଶା ଏହି ପ୍ରଶ୍ନଗୁଡ଼ିକୁ ଏଡାଇ ଯାଉଥିବାର ଦେଖାଯାଇଥିଲା । ଏବେ ପୋଷ୍ଟର ମାଧ୍ୟମରେ ଉଭୟଙ୍କ ଏକାଠି ଆସିବା ସ୍ପଷ୍ଟ କରୁଛି ଯେ ପରଦାରେ ସେମାନଙ୍କର ଯୋଡ଼ି ପୁଣିଥରେ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ। ଏହି ମ୍ୟୁଜିକ୍ ଭିଡିଓର ଟିଜର ଅଗଷ୍ଟ ୩ରେ ରିଲିଜ୍ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe