The Indian Express
ଜୁନିୟର ବଚ୍ଚନ ଅଭିଶେକ ବଚ୍ଚନଙ୍କ ତୁଳନା ସବୁବେଳେ ତାଙ୍କ ପିତା ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ କରାଯାଏ। କେତେବେଳେ ନେପୋଟିଜିମ୍ (ସ୍ବଜନତୋଷଣ)କୁ ନେଇ ତ’ ଆଉ କେବେ ତାଙ୍କ ଫ୍ଲପ୍ ଫିଲ୍ମ ସବୁକୁ ନେଇ ସେ ଲଗାତାର ଟ୍ରୋଲ ହୁଅନ୍ତି। ୨୦୦୦ ମସିହାରେ ରିଫ୍ୟୁଜି ଚଳଚ୍ଚିତ୍ର ଜରିଆରେ ବଳିଉଡ୍ରେ ପ୍ରବେଶ କରିଥିବା ଅଭିଷେକ ବହୁତ ଦିନ ପରେ ନେପୋଟିଜିମ୍ ଉପରେ ନିଜ ମୁହଁ ଖୋଲିଛନ୍ତି।
ସେ କହିଛନ୍ତି, ଦର୍ଶକୀୟ ଆଦୃତି ମିଳିଲେ ହିଁ ଜଣେ କଳାକାର ଲମ୍ବା ସମୟ ଧରି ଏହି ଚଳଚ୍ଚିତ୍ର ଜଗତରେ ତିଷ୍ଠି ପାରିବ। ଏଥିସହ କହିଛନ୍ତି, ନେପୋଟିଜିମ୍ ପାଇଁ ମୋତେ ଲଗାତାର ଟ୍ରୋଲ କରୁଥିବା ବ୍ୟକ୍ତିମାନେ ଜାଣି ରଖିବା ଉଚିତ, ଅମିତାଭ ବଚ୍ଚନ କେବେ ବି ମତେ ଫିଲ୍ମଟିଏ ପାଇବାରେ ସାହାଯ୍ୟ କରିନାହାନ୍ତି। କେବେ କାହାକୁ ଫୋନ୍ଟିଏ ବି କରିନାହାନ୍ତି। ନିଜ ଉଦ୍ୟମରେ ନିଜେ ସଫଳ ହେବାକୁ ସେ ପରାମର୍ଶ ଦିଅନ୍ତି। ଏପରିକି ସେ ମୋ ପାଇଁ କୌଣସି ଫିଲ୍ମ ବି ନିର୍ମାଣ କରିନାହାନ୍ତି, ଓଲଟା ମୁଁ ତାଙ୍କ ପାଇଁ ପା’ ଚଳଚ୍ଚିତ୍ର ନିର୍ମାଣ କରିଛି। ଅଭିଷେକ କହିଛନ୍ତି, ଚଳଚ୍ଚିତ୍ରଜଗତ ଏକ ଶିଳ୍ପ। ଏଠାରେ ପ୍ରଥମ ଚଳଚ୍ଚିତ୍ରରୁ ତୁମେ ତୁମ ଦକ୍ଷତା ପ୍ରତିପାଦନ ନ କରିପାରିଲେ ଏଠାରେ ପ୍ରଯୋଜକ ତୁମକୁ ନେଇ ଫିଲ୍ମ କରିବାକୁ ଚାହିବେ ନାହିଁ।
Follow Us