ଇନ୍‌ଷ୍ଟା ପୋଷ୍ଟକୁ ଲାଇକ୍ କରି ଚର୍ଚ୍ଚା ବଢ଼ାଇଲେ ଅଭିଷେକ

ଇନ୍‌ଷ୍ଟା ପୋଷ୍ଟକୁ ଲାଇକ୍ କରି ଚର୍ଚ୍ଚା ବଢ଼ାଇଲେ ଅଭିଷେକ

ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଚ୍ଚନ ପରିବାର। କୌଣସି ଫିଲ୍ମ ବା ବଡ଼ କାର୍ଯ୍ୟକ୍ରମ ପାଇଁ ନୁହେଁ, ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଦମ୍ପତ୍ତି ଅଭିଷେକ ବଚ୍ଚନ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡ଼ପତ୍ର ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ କିଛି ମାସ ହେବ ଦୁହିଁଙ୍କ ବିବାହ ବିଚ୍ଛେଦ ହେବ ବୋଲି କେହିକେହି ଇଙ୍ଗିତ କରୁଛନ୍ତି। କିନ୍ତୁ ଦୁହେଁ ମୁହଁ ଖୋଲୁନାହାନ୍ତି। ଐଶ୍ବର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କୁ ଧରି ବିଭିନ୍ନ ଉତ୍ସବକୁ ଯାଉଥିବା ବେଳେ ଅଭିଷେକ ବଚ୍ଚନ ପରିବାର ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ନିକଟରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଦୁହେଁ ଅଲଗା ଅଲଗା ଆସିଥିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏଭଳି ସମୟରେ ଅଭିଷେକ ବଚ୍ଚନ ଛାଡ଼ପତ୍ର ବିଷୟରେ ଲେଖାଥିବା ଗୋଟିଏ ପୋଷ୍ଟକୁ ଲାଇକ୍ କରି ଚର୍ଚ୍ଚା ଲାଗି ଖୋରାକ ଯୋଗାଇଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିକା ହୀନା ଖଣ୍ଡେଲୱାଲ୍ କରିଥିବା ପୋଷ୍ଟକୁ ଅଭିଷେକ ଲାଇକ୍ କରିଛନ୍ତି, ଯାହାର ସ୍କ୍ରିନସଟ୍ ଏବେ ଭାଇରାଲ ହେଉଛି। ହୀନା କରିଥିବା ପୋଷ୍ଟର ଶୀର୍ଷକରେ ଲେଖାଯାଇଥିଲା, “ଯେତେବେଳେ ପ୍ରେମ ସହଜ ହେବା ବନ୍ଦ ହୋଇଯାଏ..।’’ ତା’ପରେ ଦୀର୍ଘ ବିବାହିତ ଜୀବନ ପରେ ଦମ୍ପତି ଅଲଗା ହେଉଛନ୍ତି। କ’ଣ ପାଇଁ ଏଭଳି ନିଷ୍ପତ୍ତି ନେଉଛନ୍ତି ଏବଂ କାହିଁକି ଛାଡ଼ପତ୍ର ବଢ଼ିବାରେ ଲାଗିଛି ବୋଲି ସେହି ପୋଷ୍ଟରେ ବ୍ୟାଖ୍ୟା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe