କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!

Advertisment
କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!

ଭୁବନେଶ୍ୱର: ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଦୁଇ ଶୀର୍ଷ ନାୟିକା  ଖୁବ୍‌ ଚର୍ଚ୍ଚାରେ । ସେ ଦୁହେଁ ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତା। ବର୍ଷା ପ୍ରିୟଦର୍ଶିନୀ ପ୍ରାୟ ୧୬ ବର୍ଷ  ବର୍ଷ ହେଲା ନାୟିକାଭାବେ ଓଲିଉଡ଼୍‍ରେ କାମ କରୁଛନ୍ତି। ଠିକ୍‌ ସେହିପରି ଅର୍ଚ୍ଚିତା ମଧ୍ୟ ପାଖାପାଖି ୧୩ ବର୍ଷ ହେବ ସକ୍ରିୟ ଅଛନ୍ତି।

ଏହି ଦୁଇ ନାମୀ ନାୟିକା ବିଗତ ଦିନମାନଙ୍କରେ ମୁଖ୍ୟତଃ ବ୍ୟାବସାୟିକ ଚଳଚ୍ଚିତ୍ରରେ ଅଭିନୟ କରି ଆସିଛନ୍ତି। ଏମାନଙ୍କୁ ବାସ୍ତବଧର୍ମୀ ସିନେମାରେ ପ୍ରାୟତଃ ଦେଖିବାକୁ ମିଳି ନାହିଁ।

କିନ୍ତୁ ଏହି ଦୁଇ ଲୋକପ୍ରିୟ ନାୟିକା ଏବେ ଟିକେ ଭିନ୍ନ ଧରଣର ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ସେ ଦୁହେଁ ନିଜର ଗତିପଥ ବଦଳାଇବା ଭଳି ଲାଗୁଛି।

ସିଧାସଳଖ କହିବାକୁ ଗଲେ,ଉଭୟ ବର୍ଷା ପ୍ରିୟଦର୍ଶିନୀ ଓ ଅର୍ଚ୍ଚିତା ଏବେ ସେମାନଙ୍କର ନୂଆ ଧରଣର ଚଳଚ୍ଚିତ୍ରକୁ ନେଇ ବ୍ୟସ୍ତ ଅଛନ୍ତି। ବର୍ଷାଙ୍କ ଅଭିନୀତ ଯେଉଁ ଚଳଚ୍ଚିତ୍ର କଥା ଏଠାରେ କୁହାଯାଉଛି,ତାହା ହେଲା ‘ନିମ୍‌କି’।ଏହା ହେଉଛି ଜଣେ ସାଧାରଣ ମହିଳାଙ୍କ କଥା,ଯିଏ କି ନିିମପୁର ଭଳି ଏକ ଅଖ୍ୟାତ ଗାଆଁରୁ ନବୀନ ନିବାସରେ ପହଞ୍ଚଛନ୍ତିି।

publive-image

ଅନ୍ୟପକ୍ଷରେ ଓଡ଼ିଆ ଚଳଚ୍ଚିତ୍ରର ଅନ୍ୟତମ ଲୋକପ୍ରିୟ ନାୟିକା ଅର୍ଚ୍ଚିତା ଏବେ ‘ଚମ୍ପିଆନ୍‌’ ଶୀର୍ଷକରେ ନିର୍ମିତ ଏକ ସିନେମାରେ ଅଭିନୟ କରୁଛନ୍ତି। ଏହା ବି ଜଣେ ସାଧାରଣ ଯୁବତୀର ବାସ୍ତବବାଦୀ କାହାଣୀ ଉପରେ ଆଧାରିତ। ଏହି ଯୁବତୀ ଜଣକ କିପରି ଲକ୍ଷ୍ୟସ୍ଥଳରେ ପହଞ୍ଚଛି,ତାହା ହେଉଛି ‘ଚମ୍ପିଆନ୍‌’ର ମୁଖ୍ୟ ପ୍ରସଙ୍ଗ।

ଉଭୟ ବର୍ଷା ଓ ଅର୍ଚ୍ଚିତା ଏଭଳି ଚଳଚ୍ଚିତ୍ରରେ ଅଭିନୟ କରି ପରସ୍ପରକୁ ଟକ୍‌କର ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe