‘ଅନୁପମା’କୁ ଗ୍ରହଣ! ସୋ’ରୁ ଦୂରେଇ ଯାଉଛନ୍ତି କଳାକାର

Advertisment
‘ଅନୁପମା’କୁ ଗ୍ରହଣ!  ସୋ’ରୁ ଦୂରେଇ ଯାଉଛନ୍ତି କଳାକାର

ହିନ୍ଦୀ ଟେଲିଭିଜନ୍ ଦୁନିଆରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଧାରାବାହିକ ‘ଅନୁପମା’ର ପ୍ରଶଂସକମାନଙ୍କ ପାଇଁ ଏକ ଖରାପ ଖବର! ଧାରାବାହିକରେ ଅନୁପମାଙ୍କ ବଡ଼ ପୁଅ ପାରିତୋଷ ଶାହା (ତୋଷୁ) ଭୂମିକା ନିଭାଉଥିବା ଅଭିନେତା ଆଶିଷ ମେହେରୋତ୍ରା ସୋ’ ଛାଡ଼ି ଦେଇଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଏହି ଧାରାବାହିକରେ ଦର୍ଶକଙ୍କ ମନ ଜିଣିଥିବା ଅନେକ ତାରକା ସୋ’ରୁ ‌ଦୂରେଇ ଯାଇଛନ୍ତି। ସମରଙ୍କ ଭୂମିକାରେ ନଜର ଆସିିଥିବା ଉଭୟ ପାରସ୍ କଲ୍‌ନୱତ୍‌ ଓ ସାଗର ପାରେଖ ‘ଅନୁପମା’ ଛାଡ଼ିଛନ୍ତି। ସେହିପରି ପାକ୍ଷୀ ଚରିତ୍ରରେ ନଜର ଆସୁଥିବା ମୁସ୍କାନ୍ ବାମନେ ସୋ’ ଛାଡ଼ିବା ପରେ ତାଙ୍କ ସ୍ଥାନରେ ଏବେ ସେହି ଚରିତ୍ରରେ ଚାନ୍ଦିନୀ ଭଗୱାନିଙ୍କୁ ଦେଖିବାକୁ ମିଳୁଛି।

କେବଳ ଏତିକି ନୁହେଁ, ସମରଙ୍କ ପ୍ରେମିକା ନନ୍ଦିନୀ ଭୂମିକା ନିଭାଇଥିବା ଅନଘା ଭୋଁସ୍‌ଲେ ବି ଅନେକ ଦିନରୁ ସୋ’ରୁ ବିଦାୟ ନେଇଥିଲେ। ତାଙ୍କ ବ୍ୟତୀତ କିଞ୍ଜଲଙ୍କ ମାଆ ରାଖୀ ଦାବେ ଭାବେ ଜଣାଶୁଣା କଳାକାର ତସନିମ୍‌ ଶେଖ୍‌ଙ୍କୁ ବି ଆଉ ଧାରାବାହିକରେ ଦେଖିବାକୁ ମିଳୁନାହିଁ। ସେହିପରି ଅନୁପମାଙ୍କ ଦ୍ବିତୀୟ ସ୍ବାମୀ ଅନୁଜଙ୍କ ଜେକେ କାକା, ଭଉଣୀ ମୁକୁ, ମାଆ ମାଳତୀ ଦେବୀ, କାବ୍ୟାଙ୍କ ପ୍ରଥମ ସ୍ବାମୀ ଅନିରୁଦ୍ଧ ଚରିତ୍ରରେ ଥିବା କଳାକାରମାନେ ବି ବଦଳି ଯାଇଛନ୍ତି। ୪ ବର୍ଷ ଧରି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଆସୁଥିବା ଧାରାବାହିକ ‘ଅନୁପମା’ରୁ ଅନେକ ତାରକା ଦୂରେଇ ଯାଇଛନ୍ତି ଓ ସେମାନଙ୍କ ସ୍ଥାନରେ ନୂଆ କଳାକାରଙ୍କ ପ୍ରବେଶ ଘଟିଛି। ଦେଖିବାକୁ ବାକି ରହିଲା, ଧାରାବାହିକଟି ଶେଷ ହେବା ଭିତରେ ଆଉ କେଉଁମାନେ ସୋ’ ଛାଡୁଛନ୍ତି। ଆପଣ ଜାଣିଥିବେ ଯେ ଆମେରିକାରେ ଅନୁପମାଙ୍କ ବସ୍ ଯଶପାଲ ଭୂମିକା ନିଭାଇଥିବା ଋୁତୁରାଜ ସିଂହଙ୍କର ନିକଟ ଅତୀତରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe