ମୁଁ କୌଣସି ଅପରାଧ କରିନାହିଁ ଆଜ୍ଞା; ମୋ ବିରୋଧରେ ହୋଇଛି ଷଡ଼ଯନ୍ତ୍ର

ଓକିଲଙ୍କ ମାଧ୍ୟମରେ ଦାଖଲ କରାଯାଇଥିବା ଆବେଦନରେ ଶରିଫୁଲ ଦାବି କରିଛନ୍ତି ଯେ ସେ କୌଣସି ଅପରାଧ କରିନାହାଁନ୍ତି ଏବଂ ତାଙ୍କ ବିରୋଧରେ ରୁଜୁ କରାଯାଇଥିବା ମାମଲା ଏକ ମନଗଢ଼ା ଓ ଷଡଯନ୍ତ୍ର। 

o8iuyloui

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ  ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗରେ ଅଭିଯୁକ୍ତ ଶରିଫୁଲ ଇସଲାମ ଶହଜାଦଙ୍କୁ ଗିରଫ କରାଯାଇଥିଲା। ଶରିଫୁଲ ମୁମ୍ବାଇ ସେସନ୍ସ କୋର୍ଟରେ ଜାମିନ ଆବେଦନ କରିଛନ୍ତି। 

ଓକିଲଙ୍କ ମାଧ୍ୟମରେ ଦାଖଲ କରାଯାଇଥିବା ଆବେଦନରେ ଶରିଫୁଲ ଦାବି କରିଛନ୍ତି ଯେ ସେ କୌଣସି ଅପରାଧ କରିନାହାଁନ୍ତି ଏବଂ ତାଙ୍କ ବିରୋଧରେ ରୁଜୁ କରାଯାଇଥିବା ମାମଲା ଏକ ମନଗଢ଼ା ଓ ଷଡଯନ୍ତ୍ର। 

ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୁକ୍ତ ଶରିଫୁଲ ଇସଲାମ ସୈଫ ଅଲ୍ଲୀ ଖାନଙ୍କ ଉପରେ  ଛୁରାମାଡ଼ ଘଟଣାରେ ପୁଲିସ କରୁଥିବା ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛନ୍ତି। 

ଏହି ମାମଲାଟି ବର୍ତ୍ତମାନ ବାନ୍ଦ୍ରା ମାଜିଷ୍ଟ୍ରେଟ୍ କୋର୍ଟରେ ଶୁଣାଣି ହେଉଛି, କିନ୍ତୁ ଏହା ମୁମ୍ବାଇ ସେସନ୍ସ କୋର୍ଟର କ୍ଷେତ୍ରାଧିକାର ଅଧୀନରେ ରହିଛି। ଏହି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିବାପରେ ମାମଲା ସେସନ୍ସ କୋର୍ଟକୁ ସ୍ଥାନାନ୍ତର ହୋଇଯିବ। 

ଉଲ୍ଲେଖଯୋଗ୍ୟ, ଜାନୁଆରି ୧୬ ତାରିଖରେ ଅଭିଯୁକ୍ତ ଶରିଫୁଲ ଇସଲାମ ଡକାୟତି ଉଦ୍ଦେଶ୍ୟରେ ମୁମ୍ବାଇର ସୈଫଙ୍କ ଫ୍ଲାଟରେ ପ୍ରବେଶ କରିଥିଲେ। ଏହି ସମୟରେ ସେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କ ଆକ୍ରମଣରେ ଅଭିନେତା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆକ୍ରମଣକାରୀ ଶରିଫୁଲଙ୍କୁ  ଥାନେ ଜିଲ୍ଲାରୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe