ଭୂମିଙ୍କୁ ସବୁଜ ସ୍ବୀକୃତି

Advertisment
ଭୂମିଙ୍କୁ ସବୁଜ ସ୍ବୀକୃତି

ବିଶିଷ୍ଟ ପରିବେଶ ଯୋଦ୍ଧା ତଥା ଅଭିନେତ୍ରୀ ଭୂମି ପେଡନେକରଙ୍କୁ ବିଶ୍ବ ଅର୍ଥନୈତିକ ଫୋରମ୍‌ ଦ୍ବାରା ‘ବିଶ୍ବ ଯୁବ ନେତୃତ୍ବ’(ଵାଇଜିଏଲ୍‌) ମାନ୍ୟତା ପ୍ରଦାନ କରାଯାଇଛି। ଚଳିତବର୍ଷ ଶେଷ ଭାଗ ଆଡ଼କୁ ତାଙ୍କୁ ଜେନେଭାଠାରେ ୨୦୨୪ର ସମ୍ମାନଜନକ ଵାଇଜିଏଲ୍ ମଣ୍ଡଳୀରେ ସାମିଲ କରାଯିବ। ଜଳବାୟୁ ପରିବର୍ତ୍ତନ ସଂପର୍କରେ ସତେତନତା ସୃଷ୍ଟି କରିବା ସହ ୨୦୧୯ ମହାମାରୀ କୋଭିଡ୍‌ ବେଳେ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବା ଦିଗରେ ଭୂମିଙ୍କର ଭୂମିକାକୁ ସମସ୍ତେ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ବିଶ୍ବ ଅର୍ଥନୈତିକ ଫୋରମ୍‌ ଦ୍ବାରା ଆରମ୍ଭ ହୋଇଥିବା ଏହି ଵାଇଜିଏଲ୍ ମଣ୍ଡଳୀ ବିଶ୍ବର କେତେକ ଜରୁରୀ ଆହ୍ବାନର ମୁକାବିଲା ପାଇଁ ୪୦ ବର୍ଷରୁ କମ୍‌ ବୟସର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ସବୁଜ ସ୍ବୀକୃତି ପ୍ରଦାନର ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅଧିକ ସ୍ଥାୟୀ ଓ ଅନ୍ତର୍ଭୂକ୍ତ ଭବିଷ୍ୟତ ଗଠନ ପାଇଁ ଉଲ୍ଲେଖନୀୟ ନେତୃତ୍ବ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରୁଥିବା ବ୍ୟକ୍ତିବିଶେଷମାନଙ୍କୁ ସଶକ୍ତ କରିବା। ନିଜର ୨୦ ବର୍ଷର ପ୍ରଭାବଶାଳୀ କାର୍ଯ୍ୟଧାରା ପୂର୍ତ୍ତି ଅବସରରେ ଵାଇଜିଏଲ୍‌ ମଞ୍ଚ ୨୦୨୪ରେ ବିବିଧ ବର୍ଗର ୮୦ରୁ ଅଧିକ ଅନନ୍ୟ ବ୍ୟକ୍ତିବିଶେଷଙ୍କୁ ସ୍ବାଗତ କରିଛି। ଏହି ନୂତନ ଦାୟିତ୍ବବାନ୍‌ ନେତୃତ୍ବ ୩ ବର୍ଷର ଏକ ଅଭିଯାନ ଆରମ୍ଭ କରିବ, ଯାହା ବିଭିନ୍ନ ଆହ୍ବାନର ମୁକାବିଲା କରି ବିଶ୍ବରେ ସକାରାତ୍ମକ ପରିବର୍ତ୍ତନ ଆଣିବ।

ଭୂମିଙ୍କୁ ମିଳିଥିବା ଏହି ସ୍ବୀକୃତି ଜଳବାୟୁ ପରିବର୍ତ୍ତନ ସଂକଟର ପ୍ରଭାବଶାଳୀ ସମାଧାନ ଆଣିବା ପାଇଁ ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି। ପରିବେଶ ସଂରକ୍ଷଣ ଓ ନିରନ୍ତର ଜୀବନଯାପନ ପାଇଁ ଜଣେ ଉତ୍ସାହୀ ପ୍ରେରଣାଦାତ୍ରୀ ଭାବରେ ଭୂମି ତାଙ୍କ ମଞ୍ଚକୁ ବ୍ୟବହାର କରି ବର୍ଜ୍ୟବସ୍ତୁ ପୃଥକୀକରଣ, ବର୍ଷାଜଳ ଅମଳ, ପୁନଃପ୍ରକ୍ରିୟାକରଣ, ସଚେତନ ବେଶଭୂଷା ଚୟନ ପରି ଅନେକ ଦିଗକୁ ଆଲୋକିତ କରି ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe